ରାଜ୍ୟସ୍ତରୀୟ ବୈତରଣୀ ଫୁଟ୍‌ବଲ: ମା ମଙ୍ଗଳା ବିଜେତା

ବୈତରଣୀରୋଡ଼: ଯାଜପୁର ଜିଲ୍ଲା ବରୁଣ୍ଡେଇ ଡାକ୍ତରଖାନା ପଡ଼ିଆରେ ବୈତରଣୀ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ୪୫ତମ ରାଜ୍ୟସ୍ତରୀୟ ବୈତରଣୀ ଫୁଟ୍‌ବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ରବିବାର ଫାଇନାଲ ମ୍ୟାଚ୍‌ରେ କଟକର ମା’ ମଙ୍ଗଳା କ୍ଲବ ୨-୧ ଗୋଲ୍‌ରେ ବାଲେଶ୍ୱରର ମିସନ୍‌ ଟାଇଗର୍‌କୁ ହରାଇ ବିଜେତା ହୋଇଛି। ପ୍ରଥମାର୍ଧରେ ବାଲେଶ୍ୱର ଦଳ ୧-୦ରେ ଆଗୁଆ ରହିଥିଲା ବେଳେ ଦ୍ୱିତୀୟାର୍ଧର୍ରେ ମା’ ମଙ୍ଗଳା ୨ଟି ଗୋଲ୍‌ ଦେଇ ବିଜୟୀ ହୋଇଥିଲା। ମାନସ କୁମାର ବିଶ୍ୱାଳ, ଉତ୍ତମ ବାରିକ ଓ ଜିତେନ୍ଦ୍ର କୁମାର ବାରିକ ମ୍ୟାଚ୍‌ ପରିଚାଳନା କରିଥିଲେ। ହେମନ୍ତ କୁମାର ଦାଶ ସ୍କୋରର୍‌ ଥିଲା ବେଳେ ଆଲୋକ ମଲ୍ଲିକ ଓ ନିରଞ୍ଜନ ଚକ୍ରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର