ରାଜ୍ୟସ୍ତରୀୟ କ୍ରିକେଟ୍‌: ଗ୍ରିନ୍ସ ଏକାଡେମି ବିଜେତା

ଭୁବନେଶ୍ବର: ପ୍ରଥମ ସଂସ୍କରଣ ଜ୍ୟୋତି ପ୍ରକାଶ ଓ ରାଜେନ୍ଦ୍ର ସ୍ମାରକୀ ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତାରେ ଭୁବନେଶ୍ବରର ଗ୍ରିନ୍ସ କ୍ରିକେଟ୍ ଏକାଡେମି (ଜିସିଏ) ବିଜେତା ହୋଇଛି। କେନ୍ଦ୍ରାପଡ଼ା ଡେରାବିଶ ମିନି ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଫାଇନାଲରେ ଗ୍ରିନ୍ସ ଦଳ ରୋମାଞ୍ଚକ ଭାବେ ୯ ରନ୍‌ରେ ବାଲାବାବା କ୍ଲବ୍‌କୁ ପରାସ୍ତ କରିଥିଲା। ରିତେଶ ଜେନା (୬୦), ଭବ‌ଜ୍ୟୋତି ବ‌ିଶୋଇ (୩୪), ବରୁଣ କୁମାର ଜେନା (୩୦)ଙ୍କ ବଳରେ ଗ୍ରିନ୍ସ ୨୮ ଓଭରରେ ୮ ୱିକେଟ୍ ହରାଇ ୨୨୩ ରନ୍ କରିଥିଲା।

ପ୍ର ମୋଦ ସାମଲ ୨, ରାକେଶ ସାହୁ, ବିକାଶ ପରିଡ଼ା, ଏଚଏସ୍ ଷଡ଼ଙ୍ଗୀ, ହିମାଂଶୁ ମେହେର ସିଂହ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଅମିତ କୁମାର ସାହୁ (୩୭), ରୋହିତ ଗହନ (୩୭), ବିଭୂ ମଲ୍ଲିକ (୩୫), ବିକାଶ ପରିଡ଼ା (୨୮)ଙ୍କ ଭଲ ବ୍ୟାଟିଂ ସତ୍ତ୍ବେ ବାଲାବାବା ଦଳ ୨୧୪/୮ରେ ସୀମିତ ରହିଥିଲା। ରଶ୍ମିରଂଜନ ସାହୁ, କୌସ୍ତଭ ପଟ୍ଟନାୟକ, ରାଜେଶ ପାତ୍ର ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ନେଇ ଗ୍ରିନ୍ସକୁ ଜିତାଇଥିଲେ। ଦେବବ୍ରତ ପ୍ରଧାନଙ୍କୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌, ରଶ୍ମିରଂଜନ ସାହୁଙ୍କୁ ଶ୍ରେଷ୍ଠ ବୋଲର, ରିତେଶ ଜେନାଙ୍କୁ ଫାଇନାଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ‌ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ଶୃଙ୍ଖଳିତ ଦଳ ପୁରସ୍କାର ମଧ୍ୟ ଜିସିଏକୁ ମିଳିଥିଲା।

ସମ୍ବନ୍ଧିତ ଖବର