ନରସି˚ହପୁର: କାନପୁର ଆଞ୍ଚଳିକ ଦୌଡ଼କୁଦ ସ˚ଘ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଫୁଟ୍ବଲ ପ୍ରତିଯୋଗିତାରେ ଚିଲିକାର କାଳିଜାଇ ସ୍ପୋର୍ଟିଂ କ୍ଲବ୍ ବିଜେତା ହୋଇଛି। ବୁଧବାର ଫାଇନାଲ ମ୍ୟାଚ୍ରେ ଏହି ଦଳ ୩-୦ ଗୋଲ୍ରେ ଜଟଣୀର ମା’ ବାଉତୀ ଗୋଲ୍ଡେନ କ୍ଲବ୍କୁ ପରାସ୍ତ କରିଥିଲା। ସବୁ ଗୋଲ ଦ୍ବିତୀୟାର୍ଧରେ ସ୍କୋର ହୋଇଥିଲା। ମ୍ୟାଚକୁ ଅବିନାଶ ପଟ୍ଟନାୟକ, ଶ୍ରୀକାନ୍ତ ପ୍ରଧାନ, ରଜାକ ଖାନ ଓ ନେତ୍ରାନନ୍ଦ ମଲ୍ଲିକ ପରିଚାଳନା କରିଥିଲେ। ବିଜେତାଙ୍କୁ ୨୦ ହଜାର ଓ ଉପ ବିଜେତାଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ଦିଆଯାଇଥିଲା। ଏହି ଅବସରରେ ଶ୍ରେଷ୍ଠ ଖେଳାଳି ଭାବେ ହାନିସ ନାୟକ ଓ ଅନ୍ତର୍ଯ୍ୟାମୀ ନାୟକକୁ ପୁରସ୍କାର ଦିଆଯାଇଥିଲା। ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ବିଶିଷ୍ଟ ଅତିଥି ରୂପେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, ସ˚ଘର ସଭାପତି ସଞ୍ଜୟ କୁମାର ପଣ୍ତା, ଉପ ସଭାପତି କୃପାସିନ୍ଧୁ ଦାସ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। କାର୍ଯ୍ୟକ୍ରମରେ ସହଯୋଗ କରୁଥିବା ସୁଜ୍ଞାନ ବସ୍ତିଆ ଓ ଯୁଗ୍ମ ସମ୍ପାଦକ ସନାତନ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ˚ଘର ସମ୍ପାଦକ ସତୀଶ ଚନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ସନାତନ ପ୍ରଧାନ, ସୁଜ୍ଞାନୀ ବସ୍ତିଆ, ପ୍ରଶାନ୍ତ କୁମାର ଜେନା, କାଳନ୍ଦୀ ଖୁଣ୍ଟିଆ, ସମୀର ବେହେରା, ବିଜୟ ପଣ୍ତା, ଅଶିଷ ପ୍ରଧାନ ଖେଳ ପରିଚାଳନାରେ ସହଯୋଗ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp