ରାଜ୍ୟସ୍ତରୀୟ ହ୍ୟାଣ୍ଡବଲ୍‌: ଜଗତସିଂପୁର ମହିଳା, କେନ୍ଦୁଝର ପୁରୁଷ ବିଜେତା

କେନ୍ଦୁଝର: କେନ୍ଦୁଝର ପାର୍କ ପଡ଼ିଆରେ ଚାଲିଥିବା ୩୨ତମ ରାଜ୍ୟସ୍ତରୀୟ ହ୍ୟାଣ୍ଡବଲ୍‌ ପ୍ରତିଯୋଗିତାରେ ଜଗତସିଂହପୁର ମହିଳା ଓ କେନ୍ଦୁଝର ପୁରୁଷ ଦଳ ବିଜେତା ହୋଇଛନ୍ତି। ମହିଳା ଫାଇନାଲ୍‌ରେ ଜଗତସିଂପୁର ୧୫-୧୦ ଗୋଲ୍‌ରେ ଯାଜପୁରକୁ ଏବଂ ପୁରୁଷ ଫାଇନାଲ୍‌ରେ କେନ୍ଦୁଝର ୨୩-୧୮ ଗୋଲ୍‌ରେ ଓଡ଼ିଶା ପୁଲିସକୁ ପରାସ୍ତ କରି ଟ୍ରଫି ହାତେଇଛି। ମୃତ୍ୟୁଞ୍ଜୟ ନାଏକ, ଶ୍ରୀପ୍ରସାଦ ରାୟ, ମନୋଜ କୁମାର ସାହୁ, ଚକାଡୋଳା ପାଣିଗ୍ରାହୀ, ପିଣ୍ଟୁ ବେହେରା, ସୁଶାନ୍ତ କୁମାର ମହାରଣା ଓ ବୈଶାଳୀ ଭୋଇ ମ୍ୟାଚ୍ ପରିଚାଳନା କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ ପୁରସ୍କାର ବଣ୍ଟନ କରିଥିଲେ। ପ୍ରତିଯୋଗିତାରେ ୯ ମହିଳା (କେନ୍ଦୁଝର, ଯାଜପୁର, ଜଗତସିଂପୁର, କଟକ, ଭୁବନେଶ୍ବର, ପୁରୀ, ଢେଙ୍କାନାଳ, ପାରାଦୀପ ଓ ବ୍ରହ୍ମପୁର) ଏବଂ ୧୬ ପୁରୁଷ (କେନ୍ଦୁଝର, ଯାଜପୁର, ଜଗତସିଂପୁର, କଟକ, ଭୁବନେଶ୍ବର, ପୁରୀ, ଢେଙ୍କାନାଳ, ପାରାଦୀପ ଓ ବ୍ରହ୍ମପୁର, ଓଡ଼ିଶା ପୁଲିସ, ରାୟଗଡ଼ା, କେନ୍ଦ୍ରାପଡା, ଭଦ୍ରକ, ଖୋର୍ଧା, ଅନୁଗୁଳ ଓ କିଟ୍) ଦଳ ଅଂଶଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ଏହି ପଡ଼ିଆରେ ଚାଲିଥିବା ସପ୍ତମ ସର୍ବଭାରତୀୟ ପ୍ରଭାତ ସ୍ମାରକୀ ଦିବାରାତ୍ର ହ୍ୟାଣ୍ଡବଲ୍‌ର ମହିଳା ବର୍ଗରେ କଟକ ମହାନଦୀ ବିହାର ୬-୫ ଗୋଲ୍‌ରେ ଝାଡ଼ଖଣ୍ଡ ପୁଲିସକୁ ଏବଂ ଝାଡ଼ଖଣ୍ଡ ୧୨-୨ ଗୋଲ୍‌ରେ ପଶ୍ଚିମବଙ୍ଗକୁ ପରାସ୍ତ କରିଥିଲା ବେଳେ ପୁରୁଷ ବର୍ଗରେ ପଶ୍ଚିମବଙ୍ଗ ୧୬-୭ ଗୋଲ୍‌ରେ କଟକ ମହାନଦୀ ବିହାରକୁ, ଝାଡ଼ଖଣ୍ଡ ୧୯-୯ ଗୋଲ୍‌ରେ ଜଗତସିଂପୁରକୁ, ଓଡ଼ିଶା ପୁଲିସ ୧୨-୧୧ ଗୋଲ୍‌ରେ ଝାଡ଼ଖଣ୍ଡ ପୁଲିସକୁ ଓ ଯାଜପୁର ୧୮-୧୨ ଗୋଲ୍‌ରେ ଜଗତସିଂପୁରକୁ ପରାସ୍ତ କରିଛି।

ସମ୍ବନ୍ଧିତ ଖବର