କୁଚିଣ୍ଡା(ସମ୍ବଲପୁର): କେନ୍ଦ୍ର ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜୁଏଲ ଓରାମ ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ରାଜ୍ୟସ୍ତରୀୟ ଖଖୋ ଓ ତୀରନ୍ଦାଜୀ ପ୍ରତିଯୋଗିତାକୁ ଶନିବାର ଉଦ୍ଘାଟନ କରିଛନ୍ତି। ଦୁଇ ଦିବସୀୟ ପ୍ରତିଯୋଗିତାରେ ୧୬ଟି ଜିଲ୍ଲାରୁ ୩୨୪ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି। ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ଖେଳାଳିଙ୍କୁ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ସୁଯୋଗ ମିଳିବ। ଏହି ଅବସରରେ ବିଧାୟକ ରବି ନାଏକ, ବାବା ମୁକ୍ତାନନ୍ଦ ଜୟପ୍ରକାଶ ଗୁପ୍ତା, ଜିଲ୍ଲା ପରିଷଦ ସଭ୍ୟ, ବନବାସୀ କଲ୍ୟାଣ ସମିତି ରାଜ୍ୟ ସଂପାଦକ ଧନେଶ୍ୱର ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2017/11/320e1f4b-84a4-42a9-980f-1ada6405558a.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/Kuchinda-.jpg)