ଭୁବନେଶ୍ବର: ଭୁବନେଶ୍ବର ରେଲୱେ ଇନ୍ଡୋର୍ ଷ୍ଟାଡିୟମ୍ରେ ଶନିବାର ‘ସମ୍ବାଦ ଡିଜିଟାଲ୍’ର ରାଜ୍ୟସ୍ତରୀୟ ଲେଟ୍ସ ସଟଲ୍ ୩-୦ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତା ଆରମ୍ଭ ହୋଇଛି। ଦୁଇ ଦିନିଆ ଏହି ପ୍ରତିଯୋଗିତାକୁ ‘ସମ୍ବାଦ’ ଓ ‘କନକ ନିଉଜ୍’ର ସମ୍ପାଦକ ତନୟା ପଟ୍ଟନାୟକ ଏବଂ ନିର୍ଦେଶିକା ମୋନିକା ନୈୟର ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିର୍ଲା ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଜ୍ଞାନ ରଞ୍ଜନ ମିଶ୍ର ଓ ସମ୍ବାଦ ଗ୍ରୁପ୍ର ବହୁ ବରିଷ୍ଠ କର୍ମଚାରୀ ଯୋଗ ଦେଇଥିଲେ। ଦୁଇଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ସାରା ରାଜ୍ୟରୁ ଯୋଗ୍ୟତା ଅର୍ଜନ କରିଥିବା ୧୦୮ ଦଳ ଅଂଶଗ୍ରହଣ କରିଛନ୍ତି। ଶନିବାର ସୁଦ୍ଧା ବରିଷ୍ଠ ବର୍ଗରେ ଡିବିଏସ ଚନ୍ଦ୍ରକୁମାର-କେ ଜଗଦୀଶ, ଅମିତ ମହାନ୍ତି - ଅଭିଜିତ ମହାରଣା, ଅନିର୍ବାଣ ମଣ୍ଡଳ-ପରେଶ ମାଥୁର ଏବଂ ଅମିତ ରଞ୍ଜନ ପଣ୍ଡା-ରାହୁଲ ରାୟ ଯୋଡ଼ି ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି।
ସେହିଭଳି ଜମ୍ବଲ୍ଡ ବର୍ଗରେ ଦୀପ୍ତି ପ୍ରକାଶ ସୁବୁଦ୍ଧି-କେ ମୁରଲୀ କ୍ରିଷ୍ଣା, ସୁରେନ୍ଦ୍ର ନେପାଳ-ପବିତ୍ର ବେହେରା, ଦିବ୍ୟଜ୍ୟୋତି ସିଂ-ସଞ୍ଜୟ କୁମାର ରାଉତ ଏବଂ ଅଭିଷେକ ପଟ୍ଟନାୟକ-ଦୀପକ କୁମାର ବେଶ୍ରାଙ୍କ ଯୋଡି। କର୍ପୋରେଟ୍ ବର୍ଗରେ ସୁମନ୍ତ କୁମାର ମହାନ୍ତ-ପରମିତ କୁମାର ମହାନ୍ତି, ଅଭିଷେକ ପଟ୍ଟନାୟକ-ଅଗ୍ନିଶ ରାୟ, ସୁଶାନ୍ତ କୁମାର ଆଚାର୍ଯ୍ୟ-ବିଶାଳ କୁମାର ବେହେରା ଏବଂ ଦିବ୍ୟଜ୍ୟୋତି ସିଂ-ତାରିଣୀ ପ୍ରସାଦ ମାଝୀ ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ରବିବାର ଫାଇନାଲ୍ ମ୍ୟାଚ୍ ସହ ଅପରାହ୍ଣରେ ଏହା ଉଦ୍ଯାପିତ ହେବ।