ରାଉରକେଲା: କନିଷ୍ଠ ବାଳକ ବର୍ଗରେ ରାଜ୍ୟସ୍ତରୀୟ ନେହରୁ ହକି ପ୍ରତିଯୋଗିତା ଆଜି ପାନପୋଷ କ୍ରୀଡ଼ା ଛାତ୍ରାବାସ ପଡ଼ିଆରେ ଆରମ୍ଭ ହୋଇଯାଇଛି। ମ୍ୟୁନିସିପାଲ ଉଚ୍ଚବିଦ୍ୟାଳୟ(ରାଉରକେଲା) ଓ ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ(ସୁନ୍ଦରଗଡ଼) ମଧ୍ୟରେ ଖେଲାଯାଇଥିବା ଉଦ୍ଘାଟନୀ ମ୍ୟାଚ୍ ଏକପାଖିଆ ହୋଇଥିଲା। ଏଥିରେ ମ୍ୟୁନିସିପାଲ ହାଇସ୍କୁଲ ଦଳ ୫-୧ ଗୋଲ୍ରେ ଏକଲବ୍ୟ ସ୍କୁଲକୁ ପରାସ୍ତକରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ସେହିଭଳି ନବଜ୍ୟୋତି ହାଇସ୍କୁଲ(ଅନୁଗୁଳ) ଏକତରଫାଭାବେ ୭-୦ ଗୋଲ୍ରେ ଝାରସୁଗୁଡ଼ାକୁ ପରାସ୍ତ କରିଥିବାବେଳେ ବି.ସି. ହାଇସ୍କୁଲ(ନୟାଗଡ଼) ୧୨-୦ ଗୋଲ୍ରେ ପଞ୍ଚାୟତ ହାଇସ୍କୁଲ(ବଲାଙ୍ଗୀର), ଟାଉନ ହାଇସ୍କୁଲ ୭-୦ ଗୋଲ୍ରେ କାଇମାଟି ସରକାରୀ ଉଚ୍ଚ ବିଦ୍ୟାଳୟ(ଢ଼େଙ୍କାନାଳ), ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ(ରାୟଗଡ଼) ୧-୦ ଗୋଲ୍ରେ ଡିଏଭି ପବ୍ଲିକ ସ୍କୁଲ(ପାରାଦୀପ) ଏବଂ ଆର.ଏମ. ହାଇସ୍କୁଲ(ସମ୍ବଲପୁର) ୬-୦ ଗୋଲ୍ରେ କଳାହାଣ୍ଡିକୁ ପରାସ୍ତ କରିଛି। ଉଲ୍ଲେଖଯୋଗ୍ୟ, ତିନି ଦିନ ଧରି ଚାଲିବାକୁଥିବା ଏହି ପ୍ରତିଯୋଗିତାରେ ମୋଟ୍ ୧୨ଟି ଜିଲ୍ଲାର ୧୬ ଦଳ ଅଂଶଗ୍ରହଣ କରିଛନ୍ତି। ଉଦ୍ଘାଟନୀ ଉତ୍ସବରେ ରାଜ୍ୟ କ୍ରୀଡ଼ା ବିଭାଗର ଉପ ନିର୍ଦ୍ଦେଶକ ପି.କେ. ତରାଇ, ବରିଷ୍ଠ ପ୍ରଶିକ୍ଷକ କେ.ସି. ଚୌଧୁରୀ, କୋଚ୍ ବି.କେ. ଲାକ୍ରା, ପ୍ରଫୁଲ୍ଲ ତିର୍କୀ, ଏ.କେ. ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟସ୍ତରୀୟ ନେହରୁ ହକି ଆରମ୍ଭ: ନୟାଗଡ଼ର ଏକତରଫା ବିଜୟ
କନିଷ୍ଠ ବାଳକରେ ଭାଗନେଲେ ୧୬ ଦଳ
/sambad/media/post_attachments/wp-content/uploads/2022/08/3ae61c41-599a-4231-b6a2-5f94b79a0980.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)