ଭୁବନେଶ୍ବର: ଓଡ଼ିଶା ପାରା ବ୍ୟାଡ୍ମିଣ୍ଟନ୍ ସଂଘ ଆନୁକୂଲ୍ୟରେ ଅନୁଗୁଳର ନାଲ୍କୋ ନଗରସ୍ଥିତ ବ୍ୟାଡ୍ମିଣ୍ଟନ୍ ହଲ୍ରେ ଆୟୋଜିତ ରାଜ୍ୟସ୍ତରୀୟ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଛି। ପୁରୁଷ ଏକକର ବିଭିନ୍ନ ବର୍ଗରେ ବରଗଡ଼ର ପ୍ରମୋଦ ଭଗତ, ଖୋର୍ଧାର ସୁଭ୍ରଜିତ ମହାରଣା, ଗଞ୍ଜାମର ସୁନୀଲ ପ୍ରଧାନ ଏବଂ ମହିଳାରେ ଗଞ୍ଜାମର ପୂର୍ଣ୍ଣବାସୀ ପ୍ରଧାନ ବିଜେତା ଟ୍ରଫି ହାତେଇଛନ୍ତି। ଷ୍ଟାଡିଙ୍ଗ୍ ଲୋୟର-୩ ବର୍ଗର ଫାଇନାଲ୍ରେ ପ୍ରମୋଦ ୨୧-୧୫, ୨୧-୧୪ରେ ଦିଲେଶ୍ବର ରାଓଙ୍କୁ, ଷ୍ଟାଡିଙ୍ଗ୍ ଲୋୟର-୪ରେ ସୁଭ୍ରଜିତ ୧୪-୨୧, ୨୧-୭, ୨୧-୧୫ରେ ଦୀପରଂଜନ ବିଶୋଇଙ୍କୁ, ଷ୍ଟାଡିଙ୍ଗ୍ ଲୋୟର-୬ରେ ସୁନୀଲ ୨୧-୧, ୨୧-୪ରେ ପୂର୍ଣ୍ଣଚନ୍ଦ୍ର ପାଙ୍ଗୀଙ୍କୁ ହରାଇଥିଲେ। ସେହିଭଳି ମହିଳାରେ ପୂର୍ଣ୍ଣବାସୀ ୨୧-୪, ୨୧-୨ରେ ଜୁଲି ସାହୁଙ୍କୁ ପରାସ୍ତ କରିଥିଲେ। ପୁରୁଷ ଯୁଗଳରେ ପ୍ରମୋଦ-ସୁଭ୍ରଜିତ ୨୧-୧୭, ୨୧-୭ରେ ଦିଲେଶ୍ବର-ଦୀପରଂଜନଙ୍କୁ ହରାଇ ଟ୍ରଫି ଜିତିଥିଲେ। ଉଦ୍ଯାପନୀ ଉତ୍ସବରେ ଅତିଥିଭାବେ ଅନୁଗୁଳ ନାଲ୍କୋ ସ୍ମେଲଟର ଆଣ୍ଡ୍ ପାୱାରର ନିର୍ବାହୀ ନିର୍ଦେଶକ ରାଜ କିଶୋର ମିଶ୍ର, ମହାପ୍ରବନ୍ଧକ ସତ୍ୟାନନ୍ଦ ସାହୁ ଏବଂ ଓଡ଼ିଶା ପାରା ବ୍ୟାଡ୍ମିଣ୍ଟନ ସଂଘର ଯୁଗ୍ମ ସମ୍ପାଦକ ସୁବାଷ କୁମାର ମିଶ୍ର ଯୋଗ ଦେଇଥିଲେ।
ରାଜ୍ୟସ୍ତରୀୟ ପାରା ବ୍ୟାଡ୍ମିଣ୍ଟନ୍ ଉଦ୍ଯାପିତ
/sambad/media/post_attachments/wp-content/uploads/2019/03/Untitled-6-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)