ବ୍ରହ୍ମପୁର: ଖଲ୍ଲିକୋଟ ମହାବିଦ୍ୟାଳୟ ଇଣ୍ଡୋର ହଲ୍ରେ ରାଜ୍ୟ ସ୍ତରୀୟ ର୍ୟାଙ୍କିଙ୍ଗ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ଗୁରୁବାରଠାରୁ ଆରମ୍ଭ ହୋଇଛି। ଗଂଜାମ ଜିଲ୍ଲା ବ୍ୟାଡ୍ମିଣ୍ଟନ ସଂଘ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ୭ ତାରିଖରେ ଉଦ୍ଯାପିତ ହେବ। ଏଥିରେ ଗଂଜାମ, ଗଜପତି, କୋରାପୁଟ, ଖୋର୍ଧା, ଭୁବନେଶ୍ୱର, ଅନୁଗୁଳ, ସମ୍ବଲପୁର, ବଲାଙ୍ଗୀର, କେନ୍ଦୁଝର, ଭଦ୍ରକର ବିଭିନ୍ନ ବର୍ଗରେ ୧୮୮ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ବରିଷ୍ଠ ପୁରୁଷ ଯୁଗଳ ବର୍ଗ, ୧୫ ବର୍ଷରୁ କମ୍ ଉଭୟ ବାଳକ ଏବଂ ବାଳିକାର ଯୁଗଳ ଓ ଏକକ ବର୍ଗ ପ୍ରତିଯୋଗିତା ହେବ। ଖେଳାଳିମାନେ ନିଜ ପ୍ରଦର୍ଶନ ଅନୁଯାୟୀ ର୍ୟାଙ୍କ୍ ହାସଲ କରିବେ। ଯାହାକି ସେମାନଙ୍କୁ ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାରେ ସହାୟକ ହେବ।
ରାଜ୍ୟସ୍ତରୀୟ ର୍ୟାଙ୍କିିଙ୍ଗ୍ ବ୍ୟାଡ୍ମିଣ୍ଟନ ଆରମ୍ଭ
/sambad/media/post_attachments/wp-content/uploads/2018/01/badminton-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)