ରାଜ୍ୟସ୍ତରୀୟ ସ୍ବତନ୍ତ୍ର ଭିନ୍ନକ୍ଷମ କ୍ରୀଡ଼ା ଉତ୍ସବ

ଭୁବନେଶ୍ବର: ରାଜ୍ୟସ୍ତରୀୟ ସ୍ବତନ୍ତ୍ର ଭିନ୍ନକ୍ଷମ କ୍ରୀଡ଼ା ଉତ୍ସବ କେନ୍ଦୁଝର ନରଣପୁରଠାରେ ଅନୁଷ୍ଠିତ‌ ହୋଇଯାଇଛି। ସ୍ପେଶାଲ୍ ଅଲିମ୍ପିକ୍ସ ଭାରତ-ଓଡ଼ିଶା, ବିଆର୍‌ଏମ ଆଶା ଏବଂ କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଦ୍‌ଭାବନା ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ‌ ହୋଇଥିଲା। ବରଗଡ଼, ଖୋର୍ଦ୍ଧା, ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର ଜିଲ୍ଲାରୁ ପ୍ରାୟ ୧୦୦ ଜଣ ଭିନ୍ନକ୍ଷକ କ୍ରୀଡ଼ାବିତ୍‌ ୧୦୦ ମିଟର୍‌ ଦୌଡ଼, ସଟପୁଟ୍‌ ଥ୍ରୋ, ଫୁଟ୍‌ବଲ୍‌, ବାଧାଦୌଡ଼, ସଫ୍‌ଟବଲ୍‌ ‌ଥ୍ରୋ, ପ୍ରଥମ ଥର ପାଇଁ କର୍ଣ୍ଣହୋଲ୍‌ ଖେଳରେ ଭାଗ ନେଇଥିଲେ। ଉଦ୍‌ଘାଟନୀ ଉତ୍ସବରେ ନରଣପୁର ସରପଞ୍ଚ ନରେନ୍ଦ୍ର ନାଥ ନାଏକ, ରୋଟାରି ଗ୍ରିନ୍‌ କେନ୍ଦୁଝର ସଭାପତି ସୁଧାଂଶୁ ଶେଖର ପଟ୍ଟନାୟକ, ସ୍ପେଶାଲ ଅଲିମ୍ପିକ୍ସ ଭାରତ-ଓଡ଼ିଶାର ‌‌‌କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ରଥ, ସଂଯୋଜିକା ଅର୍ପିତା ମହାପାତ୍ର, ସାମାଜିକ କର୍ମୀ କୁମୁଦିନନୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସଦ୍‌ଭାବନାର ସମ୍ପାଦକ ଚଣ୍ଡୀପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା।

ସମ୍ବନ୍ଧିତ ଖବର