ଭୁବନେଶ୍ୱର: ଛତିଶଗଡ଼ର ଭିଲ୍ଲାଇରେ ଆରମ୍ଭ ହୋଇଥିବା ଅନ୍ତଃରାଜ୍ୟ ଟେନିସ୍ ପ୍ରତିଯୋଗିତାରେ ଓଡ଼ିଶା ସୋମବାର ୩-୦ରେ କର୍ଣ୍ଣାଟକକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ୨୨ଟି ରାଜ୍ୟ ଭାଗ ନେଇଥିବା ଏହି ସମ୍ମାନଜନକ ପ୍ରତିଯୋଗିତାରେ ଓଡ଼ିଶା ସୋମବାର ନିଜର ଉଭୟ ଏକକ ସହିତ ଯୁଗଳ ବର୍ଗର ମୁକାବିଲାକୁ ଜିତି ନେଇଥିଲା। ଏକକ ଦ୍ୱୟରେ ଅଂଶୁ କୁମାର ଭୂୟାଁ ୬-୨, ୬-୨ରେ ଏଚ୍ ସୂରଜଙ୍କୁ ଏବଂ ଚିନ୍ମୟ ପ୍ରଧାନ ୬-୩, ୭-୫ରେ ବି ଗୌତମଙ୍କୁ ପରାସ୍ତ କରିଥିଲେ। ଯୁଗଳ ମୁକାବିଲାରେ ଭୁବନେଶ୍ୱର ଯୋଡ଼ି ଚିନ୍ମୟ-ଅଂଶୁ ୭-୬ (୧୦-୮), ୬-୨ରେ ସଂଘର୍ଷପୂର୍ଣ୍ଣ ଭାବେ ସମାନ ପ୍ରତିଦ୍ୱନ୍ଦ୍ୱୀ ଏଚ୍ ସୂରଜ ଓ ବି ଗୌତମଙ୍କୁ ପରାସ୍ତ କରି ମୁକାବିଲାକୁ ମୂଳପୋଛ କରିଥିଲେ। ଓଡ଼ିଶା ଦଳର ନେତୃତ୍ୱ ନେଉଛନ୍ତି ସନ୍ତୋଷ କୁମାର ମଲ୍ଲିକ। ପରବର୍ତୀ ପର୍ଯ୍ୟାୟରେ ଓଡ଼ିଶା ଭେଟିବ ରେଳବାଇ ସ୍ପୋର୍ଟସ ପ୍ରମୋସନ୍ ବୋର୍ଡ (ଆର୍ଏସ୍ପିବି)କୁ।
ଅନ୍ତଃରାଜ୍ୟ ଟେନିସ୍ : କର୍ଣ୍ଣାଟକକୁ କାଟିଲା ଓଡ଼ିଶା
/sambad/media/post_attachments/wp-content/uploads/2018/02/tennis.jpg)