ବୌଦ୍ଧ: ବୌଦ୍ଧ ଇଣ୍ଡୋର ଷ୍ଟାଡିୟମରେ ବୌଦ୍ଧ ଜିଲ୍ଲା ଚେସସଂଘ ପକ୍ଷରୁ ରାଜ୍ୟ ଚେସ୍ ସଂଘ ଏବଂ ସର୍ବଭାରତୀୟ ଚେସ୍ ସଂଘ ଆନୁକୂଲ୍ୟରେ ଆୟୋଜିତ ୫୯ତମ ରାଜ୍ୟସ୍ତରୀୟ ବରିଷ୍ଠ ଫିଡେ ରେଟିଂ ଚେସ୍ ପ୍ରତିଯୋଗିତା ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି। ପୁରୀର ରାଜେଶ ନାୟକ (୮ ପଏଣ୍ଟ୍) ବିଜେତା ଏବଂ ବୈଭବ ମିଶ୍ର (୮ ପଏଣ୍ଟ୍) ଉପବିଜେତା ହୋଇଛନ୍ତି। ରାଜେଶଙ୍କୁ ଟ୍ରଫି ସହ ୮ ହଜାର ନଗଦ ରାଶି ପ୍ରଦାନ କରାଯାଇଥିଲା। ଖୋର୍ଧାର ଋତୁମ୍ବରା ବିଧାର (୭.୫ ପଏଣ୍ଟ) ତୃତୀୟ ଓ କେନ୍ଦ୍ରାପଡ଼ାର ସ୍ମାରକୀ ମହାନ୍ତି (୭ ପଏଣ୍ଟ) ଚତୁର୍ଥ ସ୍ଥାନ ହାସଲ କରିଥିବାରୁ ଟ୍ରଫି ସହ ନଗଦ ପୁରସ୍କାର ରାଶି ପାଇଥିଲେ। ଶ୍ରେଷ୍ଠ ଦଶ ରେଟିଂର ଅନ୍ୟ ୬ ପ୍ରତିଯୋଗୀ ହେଲେ ଖୋର୍ଧାର ରାକେଶ ନାୟକ, କଟକର ରବୀନ୍ଦ୍ର ଓଝା, କିସ୍ର ମନୀନ୍ଦ୍ରା କାର୍ଜି, ଡାକ ବିଭାଗର ମନୋଜ ପାଣିଗ୍ରାହୀ, ଢେଙ୍କାନାଳର ବିଶାଲ ପଟ୍ଟନାୟକ, କିସ୍ର ତପନ ବଡ଼ମୁଣ୍ଡି (ସମସ୍ତେ ୬ ପଏଣ୍ଟ୍)। ଏମାନଙ୍କ ସହିତ ବିଭିନ୍ନ ବୟସ ବର୍ଗର କୃତି ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରଯାଇଥିଲା। ମୋଟ ୫୦ ହଜାର ପୁରସ୍କାର ରାଶି ସହିତ ୪୦ ଟ୍ରଫି ପ୍ରଦାନ କରଯାଇଥିଲା। ମୁଖ୍ୟ ଆର୍ବିଟର ନିହାର ରଞ୍ଜନ ସାସମଲ, ଜିସି ମହାପାତ୍ର ପ୍ରତିଯୋଗିତା ପରିଚାଳନା କରିଥିଲେ। ଆୟୋଜକ ତଥା ଜିଲ୍ଲା ଚେସ୍ ସଂଘର ସମ୍ପାଦକ ଶଙ୍କର ପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍ଯାପନୀ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ବାଚସ୍ପତି ପ୍ରଦୀପ ଅମାତ ମୁଖ୍ୟ ଅତିଥି, ଜିଲ୍ଲାପାଳ ସୀତାଂଶୁ ରାଉତ, ଡିଆର୍ଡିଏ ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର ପଟ୍ଟନାୟକ, ରାଜ୍ୟ ଚେସ୍ ସଂଘ ଉପସଭାପତି ରଞ୍ଜନ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ରାଜ୍ୟସ୍ତରୀୟ ବରିଷ୍ଠ ଫିଡେ ରେଟିଂଚେସ୍:ରାଜେଶ ବିଜେତା, ବୈଭବ ଦ୍ବିତୀୟ
/sambad/media/post_attachments/wp-content/uploads/2018/10/chess-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)