ଭୁବନେଶ୍ୱର: ବାଙ୍ଗାଲୋର୍ଠାରେ ଫେବ୍ରୁଆରି ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ସର୍ବଭାରତୀୟ ବୟସ୍କ ଦୌଡ଼କୁଦ ପ୍ରତିଯୋଗିତା ଅନୁଷ୍ଠିତ ହେବ। କିନ୍ତୁ ଓଡ଼ିଶା ବୟସ୍କ ଦୌଡ଼କୁଦ ସଂଘ (ଓଏମଏଏ) ଏଥର ରାଜ୍ୟ ପ୍ରତିଯୋଗିତା ଆୟୋଜନ କରିବାରେ ଅକ୍ଷମତା ପ୍ରକାଶ କରିଛି। ସୋମବାର ବସିଥିବା କାର୍ଯ୍ୟନିର୍ବାହୀ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଏଥର ଦଳ ଚୟନ ପାଇଁ ବିଗତ ୨ ବର୍ଷର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିବା ଖେଳାଳିଙ୍କୁ ବିଚାରକୁ ନିଆଯିବ। ବିଗତ କୌଣସି କାରଣରୁ ବଞ୍ଚିତ ଥିବା ଦକ୍ଷତାସମ୍ପନ୍ନଙ୍କ ନାମକୁ ମଧ୍ୟ ବିଚାରକୁ ନିଆଯିବ। ୬୦ ବର୍ଷରୁ ଊର୍ଧ୍ୱ ଖେଳାଳିଙ୍କୁ ୧୫୦୦ ଏବଂ ଏହାଠୁ କମ୍ ବୟସ୍କଙ୍କୁ ୨୦୦୦ ଟଙ୍କା ଦେବାକୁ ପଡ଼ିବ ବୋଲି ଓଏମ୍ଏଏ ସମ୍ପାଦକ ସନ୍ତୋଷ କୁମାର ଦାସ ଜଣାଇଛନ୍ତି।
ରାଜ୍ୟ ବୟସ୍କ ଦୌଡ଼କୁଦ ହେବ ନାହିଁ
/sambad/media/post_attachments/wp-content/uploads/2018/01/running-race.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)