ରାଜ୍ୟ ଅନ୍‌ଲାଇନ୍‌ ଚେସ୍‌: ଅଦିତି, ପ୍ରତୀକ ବିଜେତା

ଭୁବନେଶ୍ବର: ନିଖିଳ ଓଡ଼ିଶା ଚେସ୍‌ ସଂଘ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟ ୮ ବର୍ଷରୁ କମ୍‌ ଓପନ୍‌ ଏବଂ ବାଳିକା ଅନ୍‌ଲାଇନ୍‌ ଚେସ୍‌ ପ୍ରତିଯୋଗିତାରେ ଅଦିତି ମହାରଣା (୪ ପଏଣ୍ଟ୍‌) ଓ ପ୍ରତୀକ କୌଶଲ ରାଉତ (୫ ପଏଣ୍ଟ୍‌) ବିଜେତା ହୋଇଛନ୍ତି। ଅଦିତି ବାଳିକା ବର୍ଗରେ ପ୍ରଥମ ସ୍ଥାନ ପାଇଥିଲା ବେଳେ ଶୁଭସ୍ମିତା ପ୍ରିୟଦର୍ଶିନୀ, ଗୁର୍‌ସିନ୍‌ କୌର, ଆଦର୍ଶିନୀ ବିଶ୍ବାଳ ଏବଂ ସାଇ ବିଦ୍ଧି ତ୍ରିପାଠୀ ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ଓପନ୍‌ ବର୍ଗରେ ପ୍ରତୀକ ପ୍ରଥମ ଓ ଦେବପ୍ରିୟ ବିଶ୍ବାଳ ଦ୍ବିତୀୟ, ମନୀଷ ମିଶ୍ର ତୃତୀୟ, ସ୍ମାରକ ପଟ୍ଟନାୟକ ଚତୁର୍ଥ ଏବଂ ଦିବ୍ୟାଂଶୁ ମହାପାତ୍ର ପଞ୍ଚମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ମଙ୍ଗଳବାର ଏହି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି।

ସମ୍ବନ୍ଧିତ ଖବର