ରାଜ୍ୟ ଅନ୍‌ଲାଇନ୍‌ ଚେସ୍‌: ବୈଭବ, ଅନନ୍ୟା ବିଜେତା

ଭୁବନେଶ୍ବର: ନିଖିଳ ଓଡ଼ିଶା ଚେସ୍ ସଂଘ (ଏଓସିଏ) ପକ୍ଷରୁ ଆୟୋଜିତ ବିଭିନ୍ନ ବର୍ଗର ରାଜ୍ୟ ଚେସ୍ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଯାଇଛି। ବରିଷ୍ଟ ବର୍ଗରେ ‌ପୁରୀର ବୈଭବ ମିଶ୍ର (୫.୫)ବିଜେତା ହୋଇଥିଲା ବେଳେ ଖୋର୍ଦ୍ଧାର ଶୂନ୍ୟାସକ୍ତା ଶତପଥୀ (୫.୫) ଉପବିଜେତା ହୋଇଥିଲେ। କଟକର ହର୍ସିତ ରଂଜନ ସାହୁ (୫.୫) ତୃତୀୟରେ ରହିଥିଲେ। ସଂଜୀବନ ନାୟକ, ଜଗଦୀଶ ବାରିକ, ନୀଳଶୁ ପଟ୍ଟନାୟକ (୫), ଓମ୍‌ ଆଦିତ୍ୟ ଖାଡ଼ଙ୍ଗା, ଆର୍ଯ୍ୟନ ଅର୍ନଭ ସାମନ୍ତରାୟ (୪.୫), ଅଂଶୁମାନ ସାମଲ, ଆରିନ ଅନ୍ବେଶ ସ୍ବାଇଁ, ଜୟାଦିତ୍ୟ ଗନ୍ତାୟତ, ଶୁଭ୍ରାଂଶୁ ଶେଖର ଦାସ, ପୀୟୂଷ କୁମାର ସାହୁ, ଲକ୍ଷ୍ମୀକାନ୍ତ ସାହୁ (୪) ଏବଂ ରବୀନ୍ଦ୍ର କୁମାର ଓଝା (୩.୫) ଚତୁର୍ଥରୁ ପଞ୍ଚଦଶ ମଧ୍ୟରେ ରହି ପୁରସ୍କୃତ ହୋଇଥିଲେ।

୨୦ ବର୍ଷରୁ କମ୍‌ ମହିଳାରେ ଖୋର୍ଦ୍ଧାର ଦୁଇ ଜଣ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଅନନ୍ୟା ଅନାମିକା (୪.୫) ବିଜୟିନୀ ଏବଂ ଡବ୍ଲୁଏଫ୍‌ଏମ୍‌ ସାଇନା ସାଲୋନିକା (୪) ଉପବିଜୟିନୀ ହୋଇଥିଲା ବେଳେ କଟକର ‌ପ୍ରତ୍ୟାଶା ଜେନା (୪) ତୃତୀୟରେ ରହିଥିଲେ। ୟାଶିତା ରାଉତ (୩.୫), ଶ୍ରଦ୍ଧା ସ୍ମରଣୀକା ନନ୍ଦ, ଜୟଲକ୍ଷ୍ମୀ ସାହୁ (୩), ନଳିନୀ ନମଷ୍ୟ, ଜ୍ୟୋତିକା ସାହୁ (୨), ନିହିରା ନାଥ ଓ ସାଇ ବିଧି ତ୍ରିପାଠୀ (୧.୫) ଚତୁର୍ଥରୁ ଦଶମ ସ୍ଥାନ ମଧ୍ୟରେ ରହିଥିଲେ।

ଉଦଯାପନୀ ଉତ୍ସବରେ ଏଓସିଏର ସମ୍ପାଦକ ଦେବବ୍ରତ ଭଟ୍ଟ, ମୁଖ୍ୟ ଆର୍ବିଟର ଆଇଏ ସୁରେଶ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଶଙ୍କର ପ୍ରସାଦ ମିଶ୍ର, କୋରାପୁଟ ଜିଲ୍ଲା ଚେସ୍‌ ସଂଘ ସମ୍ପାଦକ ଲଲାତେନ୍ଦୁ ପ୍ରତାପ ଦେଓ, ଫୁଲବାଣୀ ଜିଲ୍ଲା ଚେସ୍‌ ସଂଘ ସଭାପତି କେ ଜ୍ଞାନ ରଂଜନ ପ୍ରଧାନ, ବରଗଡ଼ ଜିଲ୍ଲା ଚେସ୍‌ ସଂଘର କେଶ ରଂଜନ ପ୍ରଧାନ, ବଲାଙ୍ଗୀର ଜିଲ୍ଲା ଚେସ୍‌ ସଂଘ ସମ୍ପାଦକ ପ୍ରିୟବ୍ରତ୍ତ ପଣ୍ଡା, ଟ୍ରିପଲ ‘ସି’ ଚେସ୍‌ ସଂଘ ସଭାପତି ବିଶ୍ବଜିତ ରାୟ ଏବଂ ସମ୍ପାଦକ ବିରଞ୍ଚି ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର