ରାଜ୍ୟ ଓପନ୍‌ ଓ ବାଳିକା ଚେସ୍‌: ୧୦ ବର୍ଷରୁ କମ୍‌ରେ ପ୍ରତ୍ୟାଶା ଓ ସ୍ବସ୍ତିକ ବିଜେତା

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଅନ୍‌ଲାଇନ୍‌ ଓପନ୍‌ ଓ ବାଳିକା ଚେସ୍‌ ପ୍ରତିଯୋଗିତା ଅନ୍ତର୍ଗତ ୧୦ ବର୍ଷରୁ କମ୍‌ ବର୍ଗରେ କଟକର ସ୍ବସ୍ତିକ ଶୁଭମ୍‌ ଏବଂ ପ୍ରତ୍ୟାଶା ଜେନା ବିଜେତା ହୋଇଛନ୍ତି। ମୋଟ ୫୩ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ଏହି ବର୍ଗରେ ସ୍ବସ୍ତିକ ଓ ପୁରୀର ଆୟୁଷ୍ମାନ ମହାନ୍ତି ଯଥାକ୍ରମେ ଓପନ୍‌ରେ ବିଜେତା ଓ ଉପବିଜେତା ହୋଇଥିଲା ବେଳେ ବାଳିକାରେ ପ୍ରତ୍ୟାଶା ଓ ଶ୍ରଦ୍ଧା ସ୍ମରଣିକା ନନ୍ଦ ଯଥାକଅମେ ବିଜେତା ଓ ଉପବିଜେତା ହୋଇଉନ୍ତି। ଶ୍ରେଷ୍ଠ ଦୁଇ ଲେଖାଏଁ ପ୍ରତିଯୋଗୀ ଆଗାମୀ ଜାତୀୟ ଅନ୍‌ଲାଇନ୍‌ ଚେସ୍‌ ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରିବେ।

ସମ୍ବନ୍ଧିତ ଖବର