ରାଜ୍ୟ ଓପନ୍‌ ରୢାଙ୍କିଙ୍ଗ୍‌ ବ୍ୟାଡମିଣ୍ଟନ୍‌: ଅରବିନ୍ଦ, ଅମ୍ରିତ ବିଜେତା

କଟକ: ଶିଖରପୁରର ଇଷ୍ଟର୍ଣ୍ଣ କ୍ଲବ୍‌ ଆନୁକୂଲ୍ୟରେ ଚାଲିଥିବା ନୃସି˚ହ ମଲ୍ଲ ଓ ସୁରେଶ ସ୍ମାରକୀ ରାଜ୍ୟ ଓପନ ରୢାଙ୍କିଙ୍ଗ୍‌ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ବଲାଙ୍ଗୀରର ଅରବିନ୍ଦ ସାହୁ ଓ ଭୁବନେଶ୍ବରର ଅମ୍ରିତ ମହାନ୍ତି ବିଜେତା ହୋଇଛନ୍ତି। ପୁରୁଷ ବିଭାଗ ଫାଇନାଲ୍‌ରେ ଅରବିନ୍ଦ ୨୧-୧୪, ୨୨-୨୦ରେ ଭୁବନେଶ୍ବରର କେ ମୂରଲୀ କ୍ରିଷ୍ଣାଙ୍କୁ ହରାଇଥିଲେ। ସେହିପରି ୧୭ ବର୍ଷରୁ କମ୍‌ ବାଳକରେ ଭୁବନେଶ୍ବରର ଅମ୍ରିତ ମହାନ୍ତି ୨୧-୧୨, ୨୧-୧୫ରେ ଅନୁଗୁଳର ଆୟୁଷ ଦାଶଙ୍କୁ ହରାଇ ବିଜେତା ହୋଇଛନ୍ତି। ପୁରୁଷ ବିଭାଗ ଯୁଗଳରେ କଟକର ଚିତ୍ତର˚ଜନ ଶତପଥୀ ଓ ଅଗ୍ନିରିଶି ରାୟଙ୍କ ଯୋଡ଼ି ୨୧-୧୮, ୨୧-୧୪ରେ ଭୁବନେଶ୍ବରର ରଣଜୀତ ବାଣ୍ଟ ଓ ସୁଶାନ୍ତ ସାହୁଙ୍କ ଯୋଡ଼ିକୁ ହରାଇ ବିଜେତା ହୋଇଛନ୍ତି। ଉଦ୍‌ଯାପନୀ ସମାରୋହରେ ଚୌଦ୍ବାର କଟକ ବିଧାୟକ ପ୍ରଭାତ ର˚ଜନ ବିଶ୍ବାଳ ମୁଖ୍ୟ ଅତିଥି, କଟକ ଅର୍ବାନ ବ୍ୟାଙ୍କ ସଭାପତି ଶରତ ଚନ୍ଦ୍ର ପ୍ରଧାନ, ଶିଖରପୁର ଗଣ୍ତରପୁର ମହାନଦୀବିହାର ପୂଜା କମିଟିର ସଭାପତି ବିବେକାନନ୍ଦ ମହାନ୍ତି, ୪୬ ନମ୍ବର ଵାର୍ଡ କର୍ପୋରେଟର ପ୍ରଳୟା ବେଉରା, ଆୟୋଜକ କ୍ଲବ୍‌ ସଭାପତି ଯୁଗଳ ଚରଣ ଦାସ, ସମ୍ପାଦକ ସରୋଜ କୁମାର ମହାନ୍ତି ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।

ସମ୍ବନ୍ଧିତ ଖବର