ରାଜ୍ୟ ବିଦ୍ୟାଳୟ ଓପନ୍‌ ଚେସ୍‌ ୨୬ରେ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଚେସ୍‌ ସଂଘ ଓ ସାଇ ଏକାଡେମି ମିଳିତ ଭାବେ ଆସନ୍ତା ୨୬ ତାରିଖ ଦିନ ରାଜ୍ୟ ବିଦ୍ୟାଳୟ ଓପନ୍‌ ଚେସ୍‌ ପ୍ରତିଯୋଗିତା ଆୟୋଜନ କରିବେ। ଚନ୍ଦ୍ରଶେଖରପୁର ମୈତ୍ରୀ ବିହାରରେ ଆୟୋଜିତ ଏହି ପ୍ରତିଯୋଗିତାରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀ ଭାଗ ନେଇପାରିବେ। ଶ୍ରେଷ୍ଠ ୧୫ ସ୍ଥାନ ଖେଳାଳିଙ୍କୁ ପୁରସ୍କୃତ କରାଯିବ। ଏହାବ୍ୟତୀତ ବିଭିନ୍ନ ବୟସ ବର୍ଗରେ ଶ୍ରେଷ୍ଠ ୫ ଖେଳାଳିଙ୍କୁ ଆକର୍ଷଣୀୟ ଟ୍ରଫି ମଧ୍ୟ ପ୍ରଦାନ କରାଯିବ। ପ୍ରତିଯୋଗିତାରେ ଭାଗ ନେବାପାଇଁ ପ୍ରବେଶିକା ଶୁଳ୍କ ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ୨୪ ତାରିଖ ସୁଦ୍ଧା ପ୍ରବେଶିକା ଶୁଳ୍କ ଦେବାଶିଷ ପାଣିଗ୍ରାହୀ (୯୯୩୮୩୧୮୭୮୭/୯୪୩୮୫୭୧୬୫୬୯)ଙ୍କ ପାଖକୁ ପଠାଇବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର