ଭୁବନେଶ୍ୱର: ଓଡ଼ିଶା ଚେସ୍ ସଂଘ ଆନୁକୂଲ୍ୟରେ ଅଗଷ୍ଟ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଷଷ୍ଠ ଉମେଶ ଚନ୍ଦ୍ର ମିଶ୍ର ସ୍ମାରକୀ ରାଜ୍ୟ ଚେସ୍ ପ୍ରତିଯୋଗିତା ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଅନ୍ନପୂର୍ଣ୍ଣା ହୋଟେଲରେ ଅନୁଷ୍ଠିତ ହେବ। ଶ୍ରେଷ୍ଠ ୨୫ ଜଣଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ଏଥିସହ ବିଭିନ୍ନ ବର୍ଗ ଯଥା ଭେଟେରାନ, ମହିଳା ଏବଂ ୧୦, ୧୨, ୧୪ ଓ ୧୬ ବର୍ଷରୁ କମ୍ର ଶ୍ରେଷ୍ଠ ୩ ଖେଳାଳିଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ପୁରସ୍କାର ରହିଛି। ମୋଟ ଉପରେ ୨୬,୫୦୦ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ଆୟୋଜକ ପକ୍ଷରୁ କୁହାଯାଇଛି। ଇଚ୍ଛୁକ ଖେଳାଳିମାନେ ଅଗଷ୍ଟ ୪ ତରିଖ ଅପରାହ୍ଣ ୧ରୁ ୫ଟା ମଧ୍ୟରେ ହୋଟେଲ ଅନ୍ନପୂର୍ଣ୍ଣାରେ କିମ୍ବା ଓଡ଼ିଶା ଚେସ୍ ସଂଘର ସମ୍ପାଦିକା ସବିତା ତ୍ରିପାଠୀ କିମ୍ବା ସଭାପତି ତରୁଣ ଶଙ୍କର ତ୍ରିପାଠୀଙ୍କ ନିକଟକୁ ପ୍ରବେଶିକା ଦେୟ ପଠାଇବା ଲାଗି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।
ରାଜ୍ୟ ଓପନ୍ ଚେସ୍ ଅଗଷ୍ଟ ୫ରୁ
/sambad/media/post_attachments/wp-content/uploads/2018/07/chess-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)