ଭୁବନେଶ୍ବର: ଓଡ଼ିଶା ରାଇଫଲ୍‌ ସଂଘ ଆନୁକୁଲ୍ୟରେ ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ ପରିସରରେ ଆୟୋଜିତ ଦ୍ବିତୀୟ ରାଜ୍ୟ ଓପନ୍‌ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଏହି ୪ ଦିନିଆ ପ୍ରତିଯୋଗିତାର ପ୍ରଥମ ଦୁଇ ଦିନ କଳିଙ୍ଗ ଷ୍ଟାଡିୟମ୍‌ ୫୦ ମିଟର ସୁଟିଙ୍ଗ ରେଞ୍ଜରେ ଏବଂ ପରବର୍ତ୍ତୀ ଦୁଇଦିନ ଉତ୍କଳ କରାଟେ ସ୍କୁଲ ୧୦ ମିଟର ସୁଟିଙ୍ଗ ରେଞ୍ଜ୍‌ରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାର ବିଭିନ୍ନ ବିଭାଗରେ ଯଥା .୨୨ ରାଇଫଲ୍‌, .୨୨ ପିସ୍ତଲ୍‌, .୩୨ ପିସ୍ତଲ୍‌, ୧୦ ମିଟର ଏୟାର ରାଇଫଲ୍‌, ଏୟାର ପିସ୍ତଲ୍‌ରେ ସାରା ରାଜ୍ୟରୁ ପ୍ରାୟ ୪୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା ଅଲିମ୍ପିକ ସଂଘର ସଭାପତି ସମୀର ରଞ୍ଜନ ମହାନ୍ତି, ରୋମିଓକାନ୍ତ ନନ୍ଦ ଓ ରାଜା ବିଜେନ୍ଦ୍ର ଚନ୍ଦ୍ର ଦେବ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଓଡ଼ିଶା ରାଇଫଲ ସଂଘ ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ, ସଭାପତି ଗୋରୀ ମହାନ୍ତି ଉପସ୍ଥିତ ଥିଲେ। ପ୍ରତିଯୋଗିତାକୁ ବଳଭଦ୍ର ଦାସ, ଆଶିଷ ନାୟକ, ସୋନୁ କୁମାର ପଣ୍ଡା ଓ ସତ୍ୟଜିତ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। 
ସ୍ବର୍ଣ୍ଣ ପଦକ ବିଜେତା: ରାଧାକାନ୍ତ ମହାପାତ୍ର (୨), ଅତୀଶ କୁମାର ନାଏକ (୨), ଓମ୍‌ପ୍ରକାଶ ଧାରୁଆ, ସାନ୍‌ଭୀ ରାୟ, ଆଶିଷ କୁମାର ଜେନା, ମଧୁସ୍ମିତା ମାଝୀ, ବିଶେଷ ମୁଣ୍ଡରା, ଦୀପକ କୁମାର ସାହୁ, ସସ୍ମିତା ସ୍ବାଇଁ, ବିଶ୍ବଜିତ ସୂର, ରଶ୍ମି ଭଟ୍ଟ, ଆଦ୍ୟଶଙ୍କର ସାହୁ, ଆକାଶ କୁମାର ଲୋହାର, ଆୟୁଷ୍ମାନ ଦାଶ, ଦିବ୍ୟାଶା ପ୍ରିୟଦର୍ଶିନୀ ଚୋପଦର, ବିଶ୍ବଜିତ ପାତ୍ର, ମୃଦୁଳା ଦେ’, ସୁଜାତା ପାଢ଼ୀ, ବିଭୁପ୍ରସାଦ ସାମଲ, ପ୍ରୟାଂଶା‌ ହୋତା, ଈଶାନ ମହାନ୍ତି, ୟଶ ରଥ, ସୁଶ୍ରୀ ଛୁଆଳସିଂହ, ଅର୍ଦ୍ଧେନ୍ଦୁ ପାଢ଼ୀ, ସ୍ବାତିରାଣୀ ଗଡ଼ନାୟକ, ଗୋବିନ୍ଦ କୁମାର ପଟେଲ, ଶୁଚିସ୍ମିତା ଜେନା।