ରାଜ୍ୟ ଓପନ୍‌ ରାପିଡ୍‌ ଚେସ୍‌, ବୀରକିଶୋର ବିଜେତା

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସେଚ୍‌ ସଂଘ ଆନୁକୂଲ୍ୟରେ ପିପିଲି ନିକଟସ୍ଥ ଭାରତୀପୁର ପ୍ରାଇମେରି ସ୍କୁଲ୍‌ ପାଖ ମଣ୍ଡପ ହଲ୍‌ରେ ଆୟୋଜିତ ପଞ୍ଚମ ରାଜ୍ୟ ଓପନ୍‌ ରାପିଡ୍‌ ଚେସ୍‌ ପ୍ରତିଯୋଗିତାରେ ପୁରୀର ବୀରକିଶୋର ବେହେରା ବିଜେତା ହୋଇଛନ୍ତି। ବୀରକିଶୋର ସର୍ବାଧିକ ୬.୫ ପଏଣ୍ଟ୍‌ ସହ ଶୀର୍ଷରେ ରହିଥିଲା ବେଳେ ଭୁବନେଶ୍ୱରର ଅମିତ ମହାନ୍ତି (୫.୫) ଦ୍ୱିତୀୟ ଏବଂ ପିପିଲିର ମାନସ ସିଂହ (୫.୫) ତୃତୀୟ ସ୍ଥାନ ପାଇଛନ୍ତି। ଏମାନଙ୍କ ପଛକୁ ପ୍ରକାଶ ଚନ୍ଦ୍ର ସାହୁ, ଅମରେନ୍ଦ୍ର ଖମାରି, ମନସ ରଞ୍ଜନ ପରିଡ଼ା, ସୁଦର୍ଶନ ବେହେରା, ସେଖ୍‌ ରାଜା, ପ୍ରବୋଧ କୁମାର ମିଶ୍ର, ତନ୍ମୟ କୁମାର, ଚବିଲା ଗୁରୁ, ଶୁଭ୍ରାଂଶୁ ଦାଶ, ଧୀରେନ୍ଦ୍ର କୁମାର ଦାସ, ତ୍ରିଦେବ ସାହୁ ଏବଂ ରମେଶ ଚନ୍ଦ୍ର ସେଠୀ ଯଥାକ୍ରମେ ଚତୁର୍ଥରୁ ପଞ୍ଚଦଶ ସ୍ଥାନ ପାଇଥିଲେ। ବିଦ୍ୟାଳୟସ୍ତରୀୟ ସ୍ତରରେ ଡି ଆଦିତ୍ୟ, ନିଖିଳ ସାହୁ, ଅଂଶୁମାନ ପତି, ଅମ୍ରିତ ଶତପଥୀ, ବୈଷ୍ଣବୀ ଘୋଷ, ସିଦ୍ଧାର୍ଥ ମିଶ୍ର, ଅଭିନବ ପଟ୍ଟନାୟକ, ଏମ୍‌ ବୈଭବ, ଶ୍ରୀୟାଂଶ ଦେ ଏବଂ ଓମ୍‌ ପ୍ରସାଦ ସାହୁ ଯଥାକ୍ରମେ ପ୍ରଥମରୁ ଦଶମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ରଘୁନାଥ ମହାପାତ୍ରଙ୍କୁ ଶ୍ରେଷ୍ଠ ପୁରୁଖା ପୁରୁଷ ଖେଳାଳି ଏବଂ ସବିତା ତ୍ରିପାଠୀ ଶ୍ରେଷ୍ଠ ମହିଳା ପୁରୁଖା ଖେଳାଳି ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ପିପିଲି ସାଇ ଇଣ୍ଟିଗ୍ରାଲ ବିଦ୍ୟାଳୟର ସମ୍ପାଦକ ଦିଲ୍ଲୀପ କୁମାର ରଥ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ। ସମାଜସେବୀ ମହେନ୍ଦ୍ର ପୃଷ୍ଟି ଏବଂ ଓଡ଼ିଶା ରାଜ୍ୟ ଚେସ୍‌ ସଂଘର କ୍ରୀଡ଼ା ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ ଅତିଥି ଭାବେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର