ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ସୋରଡ଼ାସ୍ଥିତ ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ଚେସ୍ ସଂଘ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟ ଓପନ୍ ରାପିଡ୍ ଚେସ୍ ପ୍ରତିଯୋଗିତାରେ ପୁରୀର ବୀରକିଶୋର ବେହେରା ବିଜେତା ହୋଇଛନ୍ତି। ମୋଟ ୭ ରାଉଣ୍ଡ୍ରୁ ସେ ୬.୫ ପଏଣ୍ଟ୍ ପାଇ ପ୍ରଥମ ସ୍ଥାନରେ ରହିଥିଲା ବେଳେ ଦାଣ୍ଡମୁକୁନ୍ଦପୁରର ପ୍ରକାଶ ସାହୁ (୬) ଓ ଭଦ୍ରକର ଦିଲୀପ ଦାସ (୫.୫) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଭାକର ରାଉତ, ରିକି ନାୟକ (ଉଭୟ ୫), ରମେଶ ସେଟ୍ଟୀ, ଆଶୁତୋଷ ଦାସ, ନିର୍ମଳ ସେନାପତି (ସମସ୍ତେ ୪.୫), ବିଶ୍ୱନାଥ ବେହେରା, ଛବିଳ ଗୁରୁ, ଶରତ ମଲ୍ଲିକ, ପ୍ରସନ୍ନ ପ୍ରଧାନ, ହିଜାକିୟା ମଲ୍ଲିକ, ବମାର୍ଟିନ୍ ନାୟକ ଓ ରଜତ ପରିଛା (ସମସ୍ତେ ୪) ଚତୁର୍ଥରୁ ପଞ୍ଚଦଶ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ବିଦ୍ୟାଳୟ ଛାତ୍ର ଭାବେ ପ୍ରିୟାଂଶୁ, ହରିପ୍ରିୟା ସେଠୀ, ସାର୍କେ ସେଠୀ, ହରପ୍ରିୟା ସେଠୀ, ସନ୍ଦୀପ ସାହୁ, ଶ୍ରୀନିବାସ ସେଠୀ, ଜିଜିକାଲ୍ ନାୟକ, କୃତିବାସ ନାୟକ ଓ ଲକ୍ଷ୍ମୀ ସେଠୀଙ୍କ ସାଙ୍ଗୁ ଶ୍ରେଷ୍ଠ ମହିଳା ଭାବେ ସବିତା ତ୍ରିପାଠୀଙ୍କୁ ସ୍ୱତନ୍ତ୍ର ପୁରସ୍କାର ମିଳିଥିଲା। ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲା ବେଳେ ଆୟୋଜକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଦାମ ପଣ୍ଡିତ, ଆୟୋଜକ ସଂଘର ସଂପାଦିକା ସବିତା ତ୍ରିପାଠୀ, ସୋରଡା ବ୍ଲକ୍ କଲୋନି ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଳୀଚରଣ ପ୍ରଧାନ, ଷ୍ଟେଟ୍ବ୍ୟାଙ୍କ୍ କ୍ଷେତ୍ର ଅଧିକାରୀ ଅଭିଜିତ୍ ସ୍ୱାଇଁ, ଏଲ୍ଆଇସି ଜିଲ୍ଲା ଅଧିକାରୀ ପଦ୍ମନାଭ ପ୍ରଧାନ ଏବଂ ଓଡ଼ିଶା ଚେସ୍ ସଂଘର କ୍ରୀଡ଼ା ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ।
ରାଜ୍ୟ ଓପନ୍ ରାପିଡ୍ ଚେସ୍: ବୀରକିଶୋର ବିଜେତା
/sambad/media/post_attachments/wp-content/uploads/2018/03/11-chess.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)