ଭୁବନେଶ୍ବର: ନବରଙ୍ଗପୁରର ଉମରକୋଟଠାରେ ଅନୁଷ୍ଠିତ ପ୍ରଥମ ରାଜ୍ୟ ଓପନ୍ ରୢାପିଡ୍ ଚେସ୍ ପ୍ରତିଯୋଗିତାରେ ରାଜ୍ୟର ପ୍ରଥମ ଫିଡେ ମାଷ୍ଟର୍ ସୌମ୍ୟରଂଜନ ମିଶ୍ର ବିଜେତା ହୋଇଛନ୍ତି। ଏହା ସୌମ୍ୟଙ୍କ ପାଇଁ ବ୍ୟକ୍ତିଗତ ୫୭ତମ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଟ୍ରଫି ବିଜୟ। ସହିଦ ଲକ୍ଷ୍ମଣ ନାୟକ ନାଏକ ପବ୍ଲିକ ସ୍କୁଲ୍ରେ ଅନୁଷ୍ଠିତ ଏହି ୬ ରାଉଣ୍ଡ୍ ବିଶିଷ୍ଟ ପ୍ରତିଯୋଗିତାରୁ ସୌମ୍ୟ ସମ୍ପୂର୍ଣ୍ଣ ୬ ପଏଣ୍ଟ୍ ହାସଲ କରିଥିଲେ। ଭଦ୍ରକର ଧୀରେନ୍ଦ୍ର କୁମାର ଦାସ (୫), ନବରଙ୍ଗପୁରର ସପନ ମିସ୍ତ୍ରୀ (ଉଭୟ ସମାନ ୫ ପଏଣ୍ଟ୍) ଯଥାକ୍ରେମ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିଲେ। ବଂଶୀଧର ଭୋଇ, ସନ୍ତୋଷ ମୁଖାର୍ଜୀ, ପ୍ରଭାକର ରାଉତ, ଅମଲ ଚନ୍ଦ୍ର ଦାସ, ବିଷ୍ଣୁପଦ ଦାସ, ବୀରେନ ବୈରାଗୀ (ସମସ୍ତେ ୪ ପଏଣ୍ଟ), ରତନ ବିଶ୍ବାସ, ନୀଳକଣ୍ଠ ଚୌଧୁରୀ, ବିଶ୍ବଜିତ ସରକାରର (ପ୍ରତ୍ୟେକ ୩.୫ ପଏଣ୍ଟ), ଅନିମେଶ ସିଂହ, ଚୈତନ୍ୟ ସାଣା, ଅନୁପମ ମଣ୍ଡଳ, ନିର୍ମଳ ବିଶ୍ବାସ, ଶିଶିର କୁମାର ରାୟ, ସଦାଶିବ ଜାନି, ଭବାନୀ ବିଶୋଇ, ପ୍ରଦୀପ ସରକାର (ପ୍ରତ୍ୟେକ ୩ ପଏଣ୍ଟ) ଯଥାକ୍ରମେ ଚତୁର୍ଥରୁ ୨୧ତମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ୱାଇ ତନ୍ମୟ, ଗୋପାଳ ଝା (ବିଦ୍ୟାଳୟ ପ୍ରତିଭା) ଏବଂ ପ୍ରଭାଶ ଚୌଧୁରୀ, ମହାନନ୍ଦ ମ୍ରିଧା (ଭେଟେରାନ୍) ସ୍ବତନ୍ତ୍ର ପୁରସ୍କାର ପାଇଥିଲେ। ଆୟୋଜକ ଓଡ଼ିଶା ରାଜ୍ୟ ଚେସ୍ ସଂଘ (ଓସ୍କା)ର ମୁଖ୍ୟ ଆର୍ବିଟର ଦେବାଶିଷ ପାଣିଗ୍ରାହୀ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।
ରାଜ୍ୟ ଓପନ୍ ରୢାପିଡ୍ ଚେସ୍ରେ ସୌମ୍ୟ ବିଜତୋ
/sambad/media/post_attachments/wp-content/uploads/2019/06/Untitled-10-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)