ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ୍‌: ଦୀପ୍‌ଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ୍‌-୧ ଇନ୍‌ଡୋର୍‌ ହଲ୍‌ରେ ଆୟୋଜିତ ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଦୀପ୍‌ ରଂଜନ ବିଶୋଇ ଦ୍ୱିମୁକୁଟ ଲାଭ କରଛନ୍ତି। ରବିବାର ପୁରୁଷ ଏସ୍‌ଏଲ୍‌-୪ ଏକକ ଫାଇନାଲ୍‌ରେ ଦୀପ ୨୧-୧୫, ୧୫-୨୧, ୨୧-୧୩ରେ ଶୁଭ୍ରଜିତ୍‌ ମହାରଣାଙ୍କୁ ହରାଇ ଟ୍ରଫି କରାୟତ କରିଥିଲେ। ସେହିଭଳି ପୁରୁଷ ଯୁଗଳରେ ଅମରେନ୍ଦ୍ର ବେହେରାଙ୍କୁ ସାଥୀ କରି ସେ ୧୬-୨୧, ୨୧-୧୯, ୨୧-୧୪ରେ ପ୍ରମୋଦ ଭଗତ ଓ ଦିଲେଶ୍ୱର ରାଓ ଯୋଡ଼ିକୁ ହରାଇ ଦ୍ୱିତୀୟ ଟ୍ରଫି ନିଜ ନାମରେ କରିଥିଲେ। ପୁରୁଷ ଏସ୍‌ଏଲ୍‌-୩ ଏକକ ଫାଇନାଲ୍‌ରେ ପ୍ରମୋଦ ଭଗତ ୨୧-୧୭, ୨୧-୧୫ରେ ଦୀଲେଶ୍ୱର ରାଓଙ୍କୁ ପରାସ୍ତ କରିଥିଲେ। ପୁରୁଷ ଏସ୍‌ୟୁ-୫ ଏକକ ଫାଇନାଲ୍‌ରେ ଅକ୍ଷୟ ସାହୁ ୨୧-୧୪, ୨୧-୧୩ରେ ରାଜେସ ସାହୁଙ୍କୁ ହରାଇ ଟ୍ରଫି ଜିିତିଥିଲେ। ମହଳା ଏକକ ଫାଇନାଲ୍‌ରେ ରିତା ଦାସ ୨୧-୧୬ ୨୧-୧୫ରେ ସୁଷମା ମଣ୍ଡଳଙ୍କୁ ହରାଇ ଟ୍ରଫି କବ୍‌ଜା କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମୁଖ୍ୟ ସଚିବ ନୀତିନ ଚନ୍ଦ୍ରା ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ରାଜ୍ୟ ସଂଘ ସଂଯୋଜକ ସୁନୀଲ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର