ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ୍‌: ଫାଇନାଲ୍‌ରେ ପ୍ରମୋଦ-ଦୀଲେଶ୍ୱର

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ୍‌-୧ ଇନ୍‌ଡୋର୍‌ ହଲ୍‌ରେ ଶନିବାରଠାରୁ ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ପୁରୁଷ ଏସ୍‌ଏଲ୍‌-୩ ଏକକ ଫାଇନାଲ୍‌ରେ ପ୍ରମୋଦ ଭଗତ ଭେଟିବେ ଦୀଲେଶ୍ୱର ରାଓଙ୍କୁ। ସେମିଫାଇନାଲ୍‌ରେ ପ୍ରମୋଦ ୨୧-୧୫, ୨୧-୧୩ରେ ମହମ୍ମଦ ନାସିରଙ୍କୁ ଏବଂ ଦୀଲେଶ୍ୱର ୨୧-୧୯, ୨୧-୧୮ରେ ଅମରେନ୍ଦ୍ର ନାୟକଙ୍କୁ ପରାସ୍ତ କରିଥିଲେ। ପୁରୁଷ ବର୍ଗର ଏସ୍‌ଏଲ୍‌-୫, ଏସ୍‌ୟୁ-୫, ମହିଳା ଏସ୍‌ଏଲ୍‌-୩ ବର୍ଗର ମେସିଫାଇନାଲ୍‌ ଓ ଫାଇନାଲ୍‌ ସହିତ ରବିବାର ଏହି ପ୍ରତିଯୋଗିତା ଉଦ୍‌ଯାପିତ ହେବ। ଏହି ଦୁଇ ଦିନିଆ ପ୍ରତିଯୋଗିତାରେ ପ୍ରାୟ ୪୦ ଜଣ ଭିନ୍ନକ୍ଷମ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଭାଗ ନେଇଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶା ପାରା ବ୍ୟାଡ୍‌ମିଣ୍ଟନ୍‌ ସଂଘ ଉପ ସଭାପତି ଓପି ରାଜାରମଣ, ପୂର୍ବତଟ ରେଳବାଇ ବରିଷ୍ଠ ଅଧିକାରୀ ତତ୍ୱଦର୍ଶୀ ସାହୁ, ଓଡ଼ିଶା ବ୍ୟାଡ୍‌ମିଣ୍ଟନ୍‌ ସଂଘ ସମ୍ପାଦକ ପ୍ରଦୀପ ମହାନ୍ତି, ପାରା ଅଲିମ୍ପିଆନ୍‌ ମାର୍କଣ୍ଡ ରେଡ୍ଡୀ ଅତିଥି ଥିଲେ। ରାଜ୍ୟ ସଂଘ ସଂଯୋଜକ ସୁନୀଲ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର