ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଆୟୋଜିତ ଓଡ଼ିଶା ରାଜ୍ୟ ପାରା ସନ୍ତରଣ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ବଲାଙ୍ଗୀରର ଦୀନେଶ ମୋହନ ମାଝି ଏବଂ ଗଞ୍ଜାମର ପୂର୍ଣ୍ଣଚନ୍ଦ୍ର ସେଠୀ ବିଜେତା ଓ ଉପବିଜେତା ଟ୍ରଫି କରାୟତ୍ତ କରିଥିଲେ।

Advertisment

ଏସ୍‌-୧୦ ବିଭାଗରେ ଦୀନେଶ ୪ ସ୍ବର୍ଣ୍ଣ (୫୦ ଓ ୨୦୦ ମିଟର ଫ୍ରିଷ୍ଟାଇଲ, ୫୦ ଓ ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌) ଜିତିଥିଲା ବେଳେ ପୂର୍ଣ୍ଣଚନ୍ଦ୍ର ୩ ସ୍ବର୍ଣ୍ଣ (୧୦୦ ମିଟର ଫ୍ରିଷ୍ଟାଇଲ ଓ ୫୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌, ବଟରଫ୍ଲାଏ) ଏବଂ ୧ କାଂସ୍ୟ (୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌) ଜିତିଥିଲେ। ଏଠାରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିବା ଖେଳାଳିମାନେ ଜାତୀୟ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ପାରା ସ୍ପୋର୍ଟ୍ସ ଆସୋସିଏସନ୍‌ ଓଡ଼ିଶା, ରାଜ୍ୟ କ୍ରୀଡ଼ା ବିଭାଗ ଓ ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ, ପାରା ଅଲିମ୍ପିଆନ ମାର୍କଣ୍ଡ ରେଡ୍ଡୀ, ଏବିଏସ୍‌ଏମ୍‌ଏଆର୍‌ଆଇର ଅଧ୍ୟକ୍ଷ ଚିନ୍ମୟ କୁମାର ପାତ୍ର ଅତିଥି ଭାବେ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ।