ଭୁବନେଶ୍ବର: ସମ୍ବଲପୁରର ମହାନନ୍ଦୀ କ୍ଲବ୍‌ଠାରେ ଆୟୋଜିତ ରାଜ୍ୟ ପାରାବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ‌‌ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାର ହ୍ବିଲ୍‌ ଚେୟାର‌ ବର୍ଗରେ ଅନୁଗୁଳର ନୁରୁଲ ହୋସେନ ଖାନ୍‌ ସ୍ବର୍ଣ୍ଣ, କୋରାପୁଟର ସୁଦର୍ଶନ ନାଗ ରୌପ୍ୟ ଏବଂ ସନ୍ତୋଷ ବେହେରା କାଂସ୍ୟ ପଦକ ଜିତିଥିଲେ। ଏସ୍‌ଏଲ୍‌-୩ରେ ଖୋର୍ଦ୍ଧାର ଦିଲେଶ୍ବର ରାଓ ସ୍ବର୍ଣ୍ଣ, କୋରାପୁଟର ଶେଷଗିରି କାଦିଆମ ରୌପ୍ୟ, କେନ୍ଦୁଝରର ପୂଜ୍ୟମ ମିଶ୍ର କାଂସ୍ୟ ପଦକ ପାଇଥିଲେ। ଏସ୍‌ଏଲ୍‌-୪ରେ ସୁନ୍ଦରଗଡ଼ର ଦୀପ ରଂଜନ ବିଶୋୟୀଙ୍କୁ ସ୍ବର୍ଣ୍ଣ ମିଳିଥିଲା ବେଳେ ଖୋର୍ଦ୍ଧାର ଶୁଭ୍ରଜିତ ମହାରଣା ଓ ସମ୍ବଲପୁରର କୁଲଦୀପ ମହାକୁଲ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ଜିତିଥିଲେ।

Advertisment

ଏସ୍‌ୟୁ-୫ରେ ସମ୍ବଲପୁରର ଅନୁପ ରଂଜନ ବଡ଼, ଖୋର୍ଦ୍ଧାର ସେଖ ଅସିଫ ଜମାଲ ଓ ଦେଓଗଡ଼ର ପପୁନ କୁମାର କିଷାନ ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ କରାୟତ କରିଥିଲେ। ପୁରୁଷ ଯୁଗଳରେ ଅମରେନ୍ଦ୍ର ବେହେରା ଓ ଦୀପରଂଜନ ବିଶୋୟୀ ସ୍ବର୍ଣ୍ଣ, ଅନୁପ ରଂଜନ ପଣ୍ଡା ଓ ଦିଲେଶ୍ବର ରାଓ ରୌପ୍ୟ ଏବଂ ଶୁଭ୍ରଜିତ ମହାରଣା ଓ ପୂଜ୍ୟମ ମିଶ୍ର କାଂସ୍ୟ ଜିତିଥିଲେ। ସମ୍ବଲପୁର ସହରର ମହାନଦୀ କ୍ଲବ୍ ରେ ଚାଲିଥିବା ରାଜ୍ୟ ପାରା ବ୍ୟାଡମିଣ୍ଟନ ଚମ୍ପିୟନସିପ୍-୨୦୨୩ ଉଦଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ପଦ୍ମଶ୍ରୀ ପ୍ରମୋଦ ଭଗତ, ପାରା ସ୍ପୋର୍ଟ୍ସ ଆସୋସିଏସନ୍‌ ଓଡ଼ିଶାର ସଭାପତି କମଳାକାନ୍ତ ରଥ, ମହାନଦୀ କ୍ଲବ୍‌ର ଯୁଗ୍ମ ସଚିବ ବିନୋଦ ବିହାରୀ ନାୟକ, ପ୍ରଥମ ପାରାଅଲିମ୍ପିଆନ୍‌ ମାର୍କଣ୍ଡ ରେଡ୍ଡୀ ଏବଂ ଓଡ଼ିଶା ପାରା ବ୍ୟାଡ୍‌ମିଣ୍ଟନ ସଂଘ ଅଧ୍ୟକ୍ଷ ଶିବ ପ୍ରସାଦ ଦାସ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ପୁରସ୍କାର ବଣ୍ଟନ କରିଥିଲେ।