ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ୭୦ତମ ରାଜ୍ୟ ପୁଲିସ୍ ଦୌଡ଼କୁଦ ପ୍ରତିଯୋଗିତାରେ ଖ୍ୟାତି ସମ୍ପନ୍ନ ଖେଳାଳିଙ୍କ ପ୍ରାଧାନ୍ୟ ନଜରକୁ ଆସିଛି। ପୁରୁଷ ୧୦,୦୦୦ ମିଟର୍ରେ ଅଶୋକ ଦଣ୍ଡସେନା, ଖଟୁ ମୁଣ୍ଡା, କେ କୁମ୍ଭାର, ଡିସ୍କସ୍ରେ ପି କେ ରାଉତରାୟ, ଏସ୍ପି ମିଶ୍ର, କେ ବାବୁଜୀ, ୪୦୦ ମିଟର୍ ବାଧାଦୌଡ଼ରେ କୌଶଲ୍ୟ କୁମାର ନାୟକ, ଆର୍ କେ କହଁର, ଏସ୍ ଏକ୍କା, ପୋଲ୍ଭଲ୍ଟରେ ମନୋଜ ହେମ୍ବ୍ରମ୍, ଏସ୍ କ୍ଷତ୍ରୀ, ଏସ୍ ମାଝୀ, ୨୦୦ ମିଟର୍ରେ ବିଘ୍ନରାଜ ମିରିଡିଆ, ମଧୁସୂଦନ ସବର, ସୋମନାଥ ନାୟକ ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନରେ ରହିଥିଲେ। ସେହିଭଳି ମହିଳା ବିଭାଗ ୧୫୦୦ ମିଟରରେ ସୁକୁମତି ଲାଗୁରି, ପ୍ରମିତା ଟୋପ୍ପୋ, ଆର୍ କେ ଏକ୍କା, ୨୦୦ ମିଟରରେ ସରସ୍ୱତୀ ଚାନ୍ଦ, ଦମୟନ୍ତୀ ବାରିକ, ବୋନିତା ଲାକ୍ରା, ଜାଭଲିନ୍ ଥ୍ରୋରେ ଆଲୋକିନୀ ସାହୁ, ସୁମି ଓରାମ, ଏ ଏକ୍କା, ଲଙ୍ଗଜମ୍ପ୍ରେ ରୀନା ବା, ସୁମି ଓରାମ, ଏଲ୍ ଆହିର୍ ପ୍ରଥମ ୩ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। କ୍ରୀଡ଼ା ସଚିବ ବିଶାଲ କୁମାର ଦେବ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଚଳିତ ବର୍ଷଠାରୁ ୧୦,୦୦୦ ମିଟର୍ ପୁରୁଷ ଓ ମହିଳା ବର୍ଗ ସହିତ ମାରାଥନ୍ର ପ୍ରଥମ ୩ ସ୍ଥାନ ଦଖଲକାରୀଙ୍କୁ ୧୦ ହଜାର, ୭.୫ ହଜାର ଏବଂ ୫ ହଜାର ଟଙ୍କା ପ୍ରଦାନର ବ୍ୟବସ୍ଥା ହୋଇଛି। ଅନ୍ୟପକ୍ଷରେ ୪ ଗୁଣା ୪୦୦ ମିଟର୍ ପୁରୁଷ ଓ ମହିଳା ଦଳ ବିଜେତାଙ୍କୁ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ବିଶାଳ ଦେବ ଘୋଷଣା କରିଥିଲେ।
ରାଜ୍ୟ ପୁଲିସ୍ ଦୌଡ଼କୁଦ ଦ୍ୱିତୀୟ ଦିନ
/sambad/media/post_attachments/wp-content/uploads/2018/02/12-Odisha-Police.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)