ରାଜ୍ୟ ପୁଲିସ ବନ୍ଧୁକ ଚାଳନା: ଷ୍ଟେନ୍‌ଗନ୍‌ରେ ସାହାଣୀ ଶ୍ରେଷ୍ଠ

ଢେଙ୍କାନାଳ: ଓଡ଼ିଶା ସ୍ବତନ୍ତ୍ର ସଶସ୍ତ୍ର ପୁଲିସ ବାହିନୀ ପକ୍ଷରୁ ସ୍ଥାନୀୟ ରିଜର୍ଭ ପୁଲିସ୍‌ ପଡ଼ିଆ ଫାୟାରି˚ ରେଞ୍ଜରେ ଚାଲିଥିବା ରାଜ୍ୟ ପୁଲିସ୍‌ ବନ୍ଧୁକ ଚାଳନା ପ୍ରତିଯୋଗିତାର ଷ୍ଟେନ୍‌ଗନ୍‌ରେ ଏସ୍‌ଓଜି ଭୁବନେଶ୍ବରର ସୁବେଦାର ଡିକେ ସାହାଣୀ ଶ୍ରେଷ୍ଠ ସୁଟର ବିବେଚିତ ହୋଇଛନ୍ତି। ସେହିପରି ରାଇଫଲ୍‌ ଅଭ୍ୟାସ-୪ର ୩୦୦ ଗଜ ସ୍ନାପ୍‌ର ବିଭାଗ ୨ରେ ଉତ୍ତରରେଞ୍ଜ ସମ୍ବଲପୁରର ଏସ୍‌ଆଇ ଏସ୍‌କେ ସୁନା ସ୍ବର୍ଣ୍ଣ ପଦକ, ଆଇଆର‌୍‌ବିଏନ୍‌ ଲାୟନ୍ସର ଏସ୍‌ଆଇ କେସି ବଳବନ୍ତରାୟ ରୌପ୍ୟ, ଟ୍ରେନି˚ ଇନ୍‌ଷ୍ଟିଚ୍ୟୁଟ୍‌ର ଡିଆଇ ଜିବି ସାହୁ କାଂସ୍ୟ ପଦକ ପାଇଛନ୍ତି। ବିଭାଗ-୩ରେ ଓଏସ୍‌ଏପି ଟସ୍କରର ହାବିଲ୍‌ଦାର ବାଲ୍‌କ୍ରିଷ୍ଣା ଥାପ୍ପା ସ୍ବର୍ଣ୍ଣ, ଟ୍ରେନି˚ ଇନ୍‌ଷ୍ଟିଚ୍ୟୁଟ୍‌ର ହାବିଲ୍‌ଦାର ଏକେ ବାରିକ ରୌପ୍ୟ, ଭୁବନେଶ୍ବର ଏସ୍‌ଓଜିର ହାବିଲ୍‌ଦାର ଏକେ ମଜୁମଦାର କାଂସ୍ୟ ପଦକ ଲାଭ କରିଛନ୍ତି। ବିଭାଗ-୪ରେ କମିସନରେଟ୍‌ ପୁଲିସ୍‌ ବି’ର ଏସ୍‌କେ ୟାକୁବ୍‌ ସ୍ବର୍ଣ୍ଣ, ଏସ୍‌ଡବ୍ଲ୍ୟୁଆର‌୍‌ କୋରାପୁଟର ୟୁଏସ୍‌ ନାୟକ ରୌପ୍ୟ, ଆଇଆର‌୍‌ବିଏନ୍‌ ଲାୟନ୍ସର ଏସ୍‌କେ ବାଗ୍‌ କାଂସ୍ୟ ପଦକ ପାଇଛନ୍ତି। ବିଭାଗ-୫ରେ କମିସନରେଟ୍‌ ପୁଲିସ୍‌ ବି ର ହାବିଲ୍‌ଦାର ଏସ୍‌ପି ଶ୍ରୀଚନ୍ଦନ ସ୍ବର୍ଣ୍ଣ, ଉତ୍ତରା˚ଚଳ ରେଞ୍ଜ ସମ୍ବଲପୁରର ଏସ୍‌ଏସ୍‌ ସାହୁ ରୌପ୍ୟ ଏବ˚ ଆଇଆର‌୍‌ବିଏନ୍‌ ଲାୟନ୍ସର ଏଲ୍‌ଡି ପାଣ୍ତେ କ‌ାଂସ୍ୟ ପଦକ ହାସଲ କରିଛନ୍ତି। ସୁବେଦାର ଡିକେ ସାହାଣୀ ଷ୍ଟେନ୍‌ଗନ୍‌ ଏବ˚ ଏମ୍‌ପି-୫ ସୁଟି˚ ରେ ଶ୍ରେଷ୍ଠ ସୁଟର, ଓଏସ୍‌ଏପି ପାନ୍ଥରର ହାବିଲ୍‌ଦାର ମେଜର ପିକେ ଦେହୁରୀ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏସ୍‌ଓଜି ଭୁବନେଶ୍ବର ଚନ୍ଦକା ଦଳ ସୁଟର୍‌ ଭାବେ ବିଜେତା ଏବଂ ଓଏସ୍‌ଏପି ପାନ୍ଥର ଦଳ ଉପବିଜେତା ଆଖ୍ୟା ହାସଲ କରିଛି।

ସମ୍ବନ୍ଧିତ ଖବର