ଭୁବନେଶ୍ବର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍ରେ ରବିବାର ରାଜ୍ୟ ରାଇଫଲ୍ ସଂଘର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ରାଜା ରାଜେନ୍ଦ୍ର ଚନ୍ଦ୍ର ଦେବଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ରାଜ୍ୟ ସଂଘର ଅନୁବନ୍ଧିତ ଜିଲ୍ଲା ସଂଘ ଓ କ୍ଲବ୍ଗୁଡ଼ିକର ସସଦ୍ୟ ଭାଗ ନେଇଥିଲେ। ସଭା ଶେଷରେ ରାଜ୍ୟ ସଂଘର ନିର୍ବାଚନ କରାଯାଇଥିଲା। ଅନଙ୍ଗ ଉଦୟ ସିଂହଦେଓ ସଭାପତି ଓ ଡଃ ହରିପ୍ରସାଦ ପଟ୍ଟନାୟକ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜା ରାଜେନ୍ଦ୍ର ଚନ୍ଦ୍ର ଦେବ, ଇଂ ଚିତ୍ତରଞ୍ଜନ ସ୍ବାଇଁ ଓ ରୋମିଓକାନ୍ତ ନନ୍ଦ ଉପସଭାପତି, ବଳଭଦ୍ର ଦାସ ଯୁଗ୍କ ସଂପାଦକ, ଆଶିଷ କୁମାର ନାୟକ ସହ ସଂପାଦକ, ସୁଶ୍ରୀ ଗୌରୀ ମହାନ୍ତି କୋଷାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ଗୌରୀଶ୍ୟାମ ମହାପାତ୍ର କାର୍ଯ୍ୟନିର୍ବାହୀ ସଦସ୍ୟ, କଳିକେଶ ନାରାୟଣ ସିଂହଦେଓ ପୃଷ୍ଠପୋଷକ ଏବଂ ଆଶୀର୍ବାଦ ବେହେରା ଓ ଦେବାଶିଷ ଭଟ୍ଟାଚାର୍ଯ୍ୟ ଉପଦେଷ୍ଠା ମନୋନୀତ ହୋଇଛନ୍ତି। ରାଜ୍ୟ କ୍ରୀଡ଼ା ବିଭାଗର ସହକାରୀ ନିର୍ଦେଶକ ସନାତନ ସାହୁ ପର୍ଯ୍ୟବେକ୍ଷକ ଭାବେ ନିର୍ବାଚନ ପରିଚାଳନା କରିଥିଲେ।
ରାଜ୍ୟ ରାଇଫଲ୍ ସଂଘ ନିର୍ବାଚନ: ଅନଙ୍ଗ ସଭାପତି; ହରିପ୍ରସାଦ ସଂପାଦକ
/sambad/media/post_attachments/wp-content/uploads/2019/07/Untitled-15-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)