ରାଜ୍ୟ ରୢାଙ୍କିଙ୍ଗ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଆରମ୍ଭ: ଭାଗନେଲେ ୨୫୦ ପ୍ରତିଯୋଗୀ

କଟକ: କଟକ ଜିଲ୍ଲା ବ୍ୟାଡ୍‌ମିଣ୍ଟନ୍‌ ସ˚ଘ ଓ ସ˚ଗଠନ ସମ୍ପାଦକ ସୁବାଶିଷ ସାହୁଙ୍କ ମିଳିତ ସହଯୋଗରେ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ରାଜ୍ୟ ମାଷ୍ଟର୍ସ, ବରିଷ୍ଠ ଓ କନିଷ୍ଠ ରାଜ୍ୟ ରୢାଙ୍କିଙ୍ଗ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରତିଯୋଗିତାକୁ ସିଏମ୍‌ସି କମିସନର ଅନନ୍ୟା ଦାସ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବ୍ୟାଡ୍‌ମିଣ୍ଟନ୍‌ ସ˚ଘ ସମ୍ପାଦକ ନିଲିନ କୁମାର, କଟକ ଜିଲ୍ଲା ବ୍ୟାଡ୍‌ମିଣ୍ଟନ୍‌ ସ˚ଘ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ଦାସ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବିଭିନ୍ନ ଇଭେଣ୍ଟରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ପାଖାପାଖି ୨୫୦ ଜଣ ପ୍ରତିଯୋଗୀ ଏଥିରେ ଅ˚ଶଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର