ଭୁବନେଶ୍ବର: ସ୍ଥାନୀୟ ଆଦିତ୍ୟ ରିକ୍ରିଏସନାଲ୍ କ୍ଲବ୍ ପରିସରରେ ଚତୁର୍ଥ ଓଡ଼ିଶା ରାଜ୍ୟ ପିକଲବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ୧୬ ବର୍ଷରୁ କମ୍ ବାଳକ ଏକକ ବର୍ଗରେ ବିନାୟକ ବେହେରା, ଯୁଗଳରେ ରୋନିକ୍ ମେହେର-ହର୍ଣ୍ଣିକ ସିଂହ ବିଜେତା ହୋଇଛନ୍ତି। ୧୯ ବର୍ଷରୁ ଉର୍ଧ୍ବ ଏକକରେ ଅଂଶୁମାନ ବାବୁ, ଯୁଗଳରେ ଅଂଶୁମାନ ବାବୁ ଓ ଏକଲବ୍ୟ ମହାପାତ୍ର ବିଜେତା ହୋଇଛନ୍ତି। ୩୦ ବର୍ଷରୁ ଉର୍ଧ୍ବ ଏକକରେ ସୁମିତ ପଣ୍ଡା, ଯୁଗଳରେ ରୋଶନ ମିଶ୍ର-ସୁମିତ ପଣ୍ଡା, ୪୦+ ଏକକରେ ସନ୍ତୋଷ ଜେନା, ଯୁଗଳରେ ସନ୍ତୋଷ ଜେନା-ସୁନିଲ ସାହୁ ଏବଂ ୫୦ ବର୍ଷରୁ ଊର୍ଧ୍ବ ଏକକରେ ସନ୍ତୋଷ ଜେନା ବିଜେତା ହୋଇଛନ୍ତି।
ମହିଳା ଏକକରେ ପ୍ରସିଦ୍ଧି ପୋଦ୍ଦାର ସ୍ବର୍ଣ୍ଣ ଜିତିଥିବାବେଳେ ଅନୀଶା ପାଣିଗ୍ରାହୀ ରୌପ୍ୟ ଓ ଲଳିତା କୁମାରୀ କାଂସ୍ୟ ପଦକ ଜିତିଛନ୍ତି। ମହିଳା ଯୁଗଳରେ ଅନୀଶା ପାଣିଗ୍ରାହୀ ଓ ଏସ୍ ଲଳିତା କୁମାରୀ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମିଶ୍ରିତ ଯୁଗଳରେ ୟଶରାଜ ନାୟକ ଓ ପ୍ରିସିଦ୍ଧି ପୋଦ୍ଦାର ବିଜୟିନୀ ହୋଇଛନ୍ତି। ଫଳରେ ସନ୍ତୋଷ ଜେନା ଏକା ୪ଟି ମୁକୁଟ ଜିତିଥିବାବେଳେ ପ୍ରସିଦ୍ଧି ତ୍ରିମୁକୁଟ ହାସଲ କରିଛନ୍ତି। ଅଂଶୁମାନ ବାବୁ, ସୁମିତ ପଣ୍ଡା ମଧ୍ୟ ଦୁଇଟି ଲେଖାଏଁ ଜିତିଛନ୍ତି। ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶା ପିକଲ୍ବଲ୍ ସଂଘର ଉପ ସଭାପତି ଆଦିତ୍ୟ ପାତ୍ର, ସମ୍ପାଦକ ଶୁଭ୍ରାଂଶୁ ଚରଣ ଷଡ଼ଙ୍ଗୀ, ଆୟୋଜନ ସମିତି ସମ୍ପାଦକ ପ୍ରଦୀପ ସିଂହ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/05/6gel6f8iuNnvEjZyVqip.jpg)