ରାଜ୍ୟ ରାପିଡ୍‌ ଚେସ୍‌ : ରାଜେଶ ଓ ମନୀଷ ମିଳିତ ଅଗ୍ରଣୀ

କଟକ: ବାରବାଟୀ ଷ୍ଟାଡିୟମ ହର୍ସ ଗେଟ୍‌ ହଲ୍‌ରେ କଟକ ଜିଲ୍ଲା ଚେସ୍‌ ସ˚ଘ ପକ୍ଷରୁ ଡାକ୍ତର ରବୀନ୍ଦ୍ରନାଥ ସାହୁ ସ୍ମାରକୀ ରାଜ୍ୟ ରାପିଡ୍‌ ଓ ବ୍ଲିଜ୍‌ ଚେସ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାରେ ୧୦ ଜିଲ୍ଲାରୁ ୭୧ ଜଣ ଆନ୍ତର୍ଜାତିକ ମାନ୍ୟତାପ୍ରାପ୍ତ ଖେଳାଳିଙ୍କ ସହ ମୋଟ ୧୪୦ ପ୍ରତିଯୋଗୀ ଅ˚ଶଗ୍ରହଣ କରିଛନ୍ତି। ଆନ୍ତର୍ଜାତିକ ମାଷ୍ଟର ଅନ୍ବେଷ ଉପାଧ୍ୟାୟ ଟପ୍‌ ସିଡ୍‌ର ମାନ୍ୟତା ପାଇଛନ୍ତି। ପ୍ରଥମ ଦିନରେ ରାପିଡ୍‌ ବିଭାଗର ୫ ରାଉଣ୍ତ ଖେଳ ଅନୁଷ୍ଠିତ ହୋଇଥିଲା ବେଳେ ରାଜେଶ ନାୟକ ଓ ମନୀଷ କୁମାର ପୂର୍ଣ୍ଣ ପଏଣ୍ଟ ପାଇ ଆଗରେ ରହିଛନ୍ତି। ଏମାନଙ୍କ ପଛକୁ ବୈଭବ ମିଶ୍ର, ରାକେଶ କୁମାର ଜେନା, ପ୍ରିୟ˚ଶ ଦାସ, ସମ୍ବିତ ପଣ୍ତା, ଅନ୍ବେଷ ଉପାଧ୍ୟାୟ ସାଢେ ୪ ପଏଣ୍ଟ ଲେଖାଏଁ ପାଇ ମିିଳିତ ଭାବେ ଦ୍ବିତୀୟରେ ରହିଛନ୍ତି। ରବିବାର ଅବଶିଷ୍ଟ ୩ ରାଉଣ୍ତ ଖେଳାଯିବା ସହ ବ୍ଲିଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତିଯୋଗିତାକୁ ଆନ୍ତର୍ଜାତିକ ଆର୍ବିଟର ନିହାର ର˚ଜନ ସାସମଲ, ତାପସ ମହାନ୍ତି ଏବ˚ ଫିଡେ ଆର୍ବିଟର ଜ୍ୟୋତିଶଙ୍କର ନନ୍ଦ ପରିଚାଳନା କରୁଛନ୍ତି।

ଉଦ୍‌ଘାଟନୀ ସମାରୋହରେ ସିଏମ୍‌ସି ମେୟର ସୁବାସ ସି˚ହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଚେସ୍‌ ସ˚ଘ ସଭାପତି ବିବେକ କୁମାର ତିବରଵାଲ, ସମ୍ପାଦକ ଅଜୟ କୁମାର ନାୟକ, ଉପ ସଭାପତି ସନ୍ତୋଷ କୁମାର ପୃଷ୍ଟି, ପ୍ରଶାନ୍ତ କୁମାର, ମୁଖ୍ୟ ଉପଦେଷ୍ଟା ର˚ଜନ ମହାନ୍ତି, କୋଷାଧ୍ୟକ୍ଷ ରାଜେନ୍ଦ୍ର କୁମାର ସେଠୀ, ଚୌଧୁରୀ ପ୍ରଦ୍ୟୁମ୍ନ କେଶରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର