ଭୁବନେଶ୍ବର: କଟକ ବାରବାଟୀ ଷ୍ଟାଡିୟମ ହର୍ସ ଗେଟ୍ ହଲ୍ରେ ଚାଲିଥିବା ଡାକ୍ତର ରବୀନ୍ଦ୍ରନାଥ ସାହୁ ସ୍ମାରକୀ ରାଜ୍ୟ ରୢାପିଡ୍ ଓ ବ୍ଲିଜ୍ ଚେସ୍ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଛି। କଟକ ଜିଲ୍ଲା ଚେସ୍ ସଂଘ ପକ୍ଷରୁ ଆୟୋଜିତ ଏହି ଦୁଇ ଦିନିଆ ଓ ୮ ରାଉଣ୍ଡ୍ ବିଶିଷ୍ଟ୍ ପ୍ରତିଯୋଗିତାର ରୢାପିଡ୍ରେ ଖୋର୍ଧା ଜିଲ୍ଲାର ସମ୍ବିତ ପଣ୍ଡା (୭.୫) ଓ ମନୀଷ କୁମାର (୭) ପ୍ରଥମ ଦୁଇ ସ୍ଥାନରେ ରହି ଯଥାକ୍ରମେ ବିଜେତା ଓ ଉପବିଜେତା ହୋଇଛନ୍ତି। ଫକିର ମାଝୀ (୭), ଅନ୍ବେଷ ଉପାଧ୍ୟାୟ, ସଂଜୀବନ ନାୟକ (ଉଭୟ ୬.୫), ରାଜେଶ ନାୟକ, ଆଇଏମ୍ ରାକେଶ କୁମାର ଜେନା, ବୈଭବ ମିଶ୍ର, ଜଗଦିଶ ବାରିକ, ବିଶ୍ବଜିତ ନାୟକ (ପ୍ରତ୍ୟେକ ୬ ପଏଣ୍ଟ) ଯଥାକ୍ରମେ ତୃତୀୟରୁ ଦଶମ ସ୍ଥାନରେ ରହିଥିଲେ। ବ୍ଲିଜ୍ ପ୍ରତିଯୋଗିତାରେ ଦୁଇ ଆଇଏମ୍ ଟାଇଟଲ୍ଧାରୀ ଅନ୍ବେଷ ଉପାଧ୍ୟାୟ ଓ ରାକେଶ କୁମାର ଜେନା (ଉଭୟ ୭ ପଏଣ୍ଟ) ପ୍ରଥମ ଦୁଇ ସ୍ଥାନରେ ରହିଥିଲେ। ମନୋଜ କୁମାର ପାଣିଗ୍ରାହୀ, ସଂଜୀବନ ନାୟକ (ପ୍ରତ୍ୟେକ ୭ ପଏଣ୍ଟ), ନିଲସୁ ପଟ୍ଟନାୟକ (୬.୫), ମନୀଷ କୁମାର, ବୈଭବ ସିଂହ, ଦାଶରଥି ସାହୁ, ଶ୍ରୀୟାଂଶ ଦାସ, ଫକିର ମାଝୀ (ପ୍ରତ୍ୟେକ ୬ ପଏଣ୍ଟ) ଯଥାକ୍ରମେ ତୃତୀୟରୁ ଦଶମ ସ୍ଥାନରେ ରହିଥିଲେ।
ପ୍ରତିଯୋଗିତାକୁ ଆନ୍ତର୍ଜାତିକ ଆର୍ବିଟର ନିହାର ର˚ଜନ ସାସମଲ, ତାପସ ମହାନ୍ତି ଏବ˚ ଫିଡେ ଆର୍ବିଟର ଜ୍ୟୋତିଶଙ୍କର ନନ୍ଦ ପରିଚାଳନା କରିଥିଲେ। ଏଓସିଏ ସଭାପତି ସିଜି ମହାପାତ୍ର, କଟକ ଜିଲ୍ଲା ଚେସ୍ ସ˚ଘ ସଭାପତି ବିବେକ କୁମାର ତିବରଵାଲ, ସମ୍ପାଦକ ଅଜୟ କୁମାର ନାୟକ, ଉପସଭାପତି ସନ୍ତୋଷ କୁମାର ପୃଷ୍ଟି, ଏଆଇସିଏଫ ଯୁଗ୍ମ ସମ୍ପାଦକ ର˚ଜନ ମହାନ୍ତି ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ଅଭିଜିତ ପାଲ୍, ରଂଜନ ମହାନ୍ତି, ଜିସି ମହାପାତ୍ର, ପ୍ରଶାନ୍ତ କୁମାର, ଜୀବନ ବଲ୍ଲଭ ସାମଲ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।