ଭୁବନେଶ୍ବର : ଉତ୍କଳ ରାଇଫଲ ସଂଘ ଦ୍ବାରା ଭୁବନେଶ୍ବରରେ ଆରମ୍ଭ ହୋଇଥିବା ଏକାଦଶତମ ରାଜ୍ୟ ବନ୍ଧୁକଚାଳନା ପ୍ରତିଯୋଗିତା ଗୁରୁବାରଠୁ ଆରମ୍ଭ ହୋଇଛି। ୪ ଦିନିଆ ଏହି ପ୍ରତିଯୋଗିତାର ପ୍ରଥମ ଦୁଇ ଦିନରେ ୫୦ ମିଟର ରାଇଫଲ୍ ପ୍ରୋନ୍, ୨୫ ମିଟର ଷ୍ଟାଣ୍ଡାର୍ଡ ପିସ୍ତଲ, ୨୫ ମିଟର ସେଣ୍ଟର ଫାୟାର ପିସ୍ତଲ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଭୟ ପୁରୁଷ ଓ ମହିଳାରେ ୧୦୦ ପ୍ରତିଯୋଗୀ ଭାଗ ନେଇଥିଲେ। ଆଗାମୀ ଦୁଇ ଦିନରେ ୧୫୦ ପ୍ରତିଯୋଗୀ ଏୟାର ରାଇଫଲ ଓ ଏୟାର ପିସ୍ତଲରେ ଅଂଶଗ୍ରହଣ କରିବେ। ରବିବାର କରାଟେ ସ୍କୁଲ୍ଠାରେ ଉଦ୍ଯାପନୀ ଉତ୍ସବ ଆୟୋଜିତ ହେବ। ଏଥିରେ ୧୫ ଜିଲ୍ଲାର ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତାକୁ ଓଡ଼ିଶା ରାଇଫଲ ସଂଘର ସମ୍ପାଦକ ହରିପ୍ରସାଦ ପଟ୍ଟନାୟକଙ୍କ ନେତୃତ୍ବରେ ବଳଭଦ୍ର ଦାସ, ଆଶିଷ ନାୟକ, ରାଜ ନାରାୟଣ ଖୁଣ୍ଟିଆ ପ୍ରମୁଖ ପରିଚାଳନା କରୁଛନ୍ତି।
ରାଜ୍ୟ ବନ୍ଧୁକଚାଳନା ପ୍ରତିଯୋଗିତା ଆରମ୍ଭ
/sambad/media/post_attachments/wp-content/uploads/2022/09/4-Shooting.jpg)