ରାଜ୍ୟ ସ୍କୁଲସ୍ତରୀୟ ବାସ୍କେଟ୍‌ବଲ୍‌: ଭୁବନେଶ୍ୱରକୁ ଦ୍ୱିମୁକୁଟ

ବ୍ରହ୍ମପୁର: ୧୭ ବର୍ଷରୁ କମ୍‌ ରାଜ୍ୟ ବିଦ୍ୟାଳୟସ୍ତରୀୟ ବାସ୍କେଟବଲ୍‌ ପ୍ରତିଯୋଗିତାରେ ଭୁବନେଶ୍ୱର ଦ୍ୱୈତ ଟ୍ରଫି ହାସଲ କରିଛି। ଉଭୟ ବାଳକ ଓ ବାଳିକା ବିଭାଗରେ ଭୁବନେଶ୍ୱର ବିଜେତା ହୋଇଛି। ବ୍ରହ୍ମପୁର ଷ୍ଟାଡିୟମରେ ଗୁରୁବାରଠୁ ଆରମ୍ଭ ହୋଇଥିବା ଦୁଇଦିନିଆ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଯାପିତ ହୋଇଛି। ପ୍ରତିଯୋଗିତାରେ କଟକ, ଭୁବନେଶ୍ୱର ଓ ଗଂଜାମର ଉଭୟ ବାଳକ ଓ ବାଳିକା ଦଳଙ୍କ ସମେତ ବରଗଡ଼ ଓ କୋରାପୁଟର ବାଳକ ଦଳ ଅଂଶଗ୍ରହଣ କରିଥିଲେ। ବାଳକ ବିଭାଗ ଫାଇନାଲ୍‌ରେ ଭୁବନେଶ୍ୱର ୨୬-୧୦ ପଏଣ୍ଟରେ ଗଂଜାମକୁ ପରାସ୍ତ କରିଥିଲା ବେଳେ ବାଳିକା ଫାଇନାଲ୍‌ରେ ଭୁବନେଶ୍ୱର ୩୧-୨ ପଏଣ୍ଟ୍‌ରେ କଟକକୁ ପରାସ୍ତ କରି ଟ୍ରଫି ଉପରେ କବ୍‌ଜା କରିନେଇଥିଲା। ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ ନିର୍ଦେଶକ ଆର୍‌ ରଘୁପ୍ରସାଦ ଟଫି ଓ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର