ରାଜ୍ୟ ବିଦ୍ୟାଳୟ ବ୍ୟାଡ୍‌ମିଣ୍ଟନ୍‌ ଓ ସନ୍ତରଣ ପ୍ରତିଯୋଗିତା ଆରମ୍ଭ

ସମ୍ବଲପୁର: ଓଡ଼ିଶା ରାଜ୍ୟ ବିଦ୍ୟାଳୟ ବ୍ୟାଡ୍‌ମିଣ୍ଟନ୍‌ ଓ ସନ୍ତରଣ ପ୍ରତିଯୋଗିତା ସମ୍ବଲପୁରଠାରେ ଆରମ୍ଭ ହୋଇଛି। ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ସ୍ଥିତ ଇନ୍‌ଡୋର୍‌ ହଲ୍‌ରେ ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଉଦ୍‌ଘାଟନ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରମୋଦ କୁମାର ପଣ୍ଡା, ଜିଲ୍ଲା ପ୍ରକଳ୍ପ ସଂଯୋଜକ କଳ୍ପନା ପଣ୍ଡା, ଶାରୀରିକ ଶିକ୍ଷା ନିରୀକ୍ଷକ ସମ୍ବଲପୁର ସତ୍ୟନାରାୟଣ ରାୟଗୁରୁ, ଶାରୀରିକ ଶିକ୍ଷା ନିରୀକ୍ଷକ ବଲାଙ୍ଗୀର ଜ୍ୟୋତିଷ ଚନ୍ଦ୍ର ପରିଡ଼ା, ଜିଲ୍ଲା ବ୍ୟାଡ୍‌ମିଣ୍ଟନ୍‌ ସଂପାଦକ ନିଲିନ୍‌ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଇନ୍‌ଡୋର୍‌ ହଲ୍‌ରେ ବ୍ୟାଡ୍‌ମିଣ୍ଟନ୍‌ ଓ ଡା. ଝସକେତନ ସାହୁ ସନ୍ତରଣାଗାରରେ ସନ୍ତରଣ ପ୍ରତିଯୋଗିତା ଆୟୋଜନ କରାଯାଉଛି। ବ୍ୟାଡ୍‌ମିଣ୍ଟନ୍‌ରେ ୨୩ଟି ଜିଲ୍ଲାର ୩୦୫ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। ଏହା ଶନିବାର ଉଦ୍‌ଯାପିତ ହେବ। ଶୁକ୍ରବାର ସନ୍ତରଣ ଶୃଂଖଳାରେ ୬ଟି ଜିଲ୍ଲାର ୪୭ ବାଳକ ଓ ବାଳିକା ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରୁ ମନୋନୀତ ପ୍ରତିଯୋଗୀମାନେ ଜାତୀୟ ବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ।

ସମ୍ବନ୍ଧିତ ଖବର