କଟକ: ଆଇଏସ୍ ଚେସ୍ କେନ୍ଦ୍ର ପକ୍ଷରୁ ଯୋବ୍ରାସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟରେ ଆୟୋଜିତ ରାଜ୍ୟ ବିଦ୍ୟାଳୟ ଚେସ୍ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଛି। ମୋଟ ୭ ରାଉଣ୍ଡରୁ କଟକର ହର୍ଷିତ୍ ରଂଜନ ସାହୁ ଓ ଶ୍ରେୟାଂଶ ଶୁଭମ୍ ପଟ୍ଟନାୟକଙ୍କ ମଧ୍ୟରେ ଶେଷ ରାଉଣ୍ଡ୍ ଅମୀମାଂସିତ ରହିବାରୁ ଉଭୟଙ୍କ ମଧ୍ୟରେ ଅଧାପଏଣ୍ଟ ଲେଖାଏଁ ଭାଗ ହୋଇଥିଲା। ଫଳରେ ମୋଟ ୭ ରାଉଣ୍ଡ୍ରୁ ହର୍ଷିତ୍ ମୋଟ ସାଢେ ୬ ପଏଣ୍ଟ ପାଇ ଶୀର୍ଷରେ ରହିଥିଲା ବେଳେ ଶୁଭମ୍ ୬ ପଏଣ୍ଟରେ ରହିଯାଇଥିଲେ। ସେହିପରି ଅନ୍ୟ ଏକ ମ୍ୟାଚରେ ସ୍ୱପ୍ନିଲ୍ ପ୍ରିୟଦର୍ଶୀ ଓ ଆଦିତ୍ୟ ରଂଜନ ସାମଲ ମଧ୍ୟ ସମାନ ୫.୫ ପଏଣ୍ଟ ଲେଖାଏଁ ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାର୍ଥକ ଦେବତା, ଶ୍ରୀୟାଂଶ ଦାସ, ପ୍ରିୟାଂଶ ଦାସ, ମିରାକିଲ୍ ପଣ୍ଡା, ପ୍ରିୟଙ୍କା ରାଉତରାୟ, କୌସ୍ତୁଭ ଦାଶ, ସୋୟମ୍ ଲକ୍ଷ୍ମୀଦତ୍ତ ସାବତ, ପ୍ରତ୍ୟୁଷ ମହାପାତ୍ର ଓ ଆଦିତ୍ୟ ଅନୁରକ୍ତା ମହାନ୍ତି ୬ ପଏଣ୍ଟ ଲେଖାଏଁ ପାଇଥିଲେ। ଆନ୍ତର୍ଜାତିକ ଆର୍ବିଟର ସୁରେଶ ସାହୁ ଓ ଫିଡେ ଆର୍ବିଟର ଗଜେନ୍ଦ୍ର ବେହେରା ପରିଚାଳନା କରୁଥିଲେ।
୫ ବର୍ଷରୁ ୧୧ ବର୍ଷରୁ କମ୍ ବୟସ ବର୍ଗରେ ଶୀର୍ଷ ସିୟମ୍ ସତ୍ୟାଂଶ, ପ୍ରତ୍ୟୁଷ ନାୟକ, ବିକାଶ କୁମାର ଲେଙ୍କା, ରାଜବୀର ପାଲ୍, ହୃଷିକେଶ ମହାପାତ୍ର, ବାଳକ ବିଭାଗରେ ବିଜେତା ହୋଇଥିଲାବେଳେ ବାଳିକାମାନଙ୍କ ମଧ୍ୟରେ ଇଶାନି ଦାସ, ସଂନ୍ଦୀପା ପ୍ରିୟଦର୍ଶିନୀ ସାହୁ, ଜୟଶ୍ରୀ ବାରିକ, ପଲକ ମହାପାତ୍ର, କ୍ରୀଷ୍ଣା ଅର୍ପିତା, ଦୀୟା ଦାସ, ବିଜୟଲକ୍ଷ୍ମୀ ବାରିକ ପ୍ରମୁଖ ଶୀର୍ଷସ୍ଥାନରେ ରହିଥିଲେ। ରାଜ୍ୟ ଚେସ୍ ସଂଘର ଉପ ସଭାପତି ରଂଜନ ମହାନ୍ତି, ଅମୀୟ ରଂଜନ ରାଉତରାୟ, ସୁରେଶ ଚନ୍ଦ୍ର ସାହୁ, ଇନ୍ଦ୍ରମଣି ପାଣି, ଗଜେନ୍ଦ୍ରକୁମାର ବେହେରା, ସାହେବ୍ ଅଖତର, ଏନ୍.ସରିଫ ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ରୁଦ୍ର ତ୍ରିପାଠୀ, ଶଙ୍କର ରାଓ, ରଜତ ସାହୁ, ସୁମିତ ବାନାର୍ଜୀ, ପ୍ରତିମା ଆପାର୍ଟ, ସମୀର କର, ମାନସ ପାଣି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ରାଜ୍ୟ ବିଦ୍ୟାଳୟ ଚେସ୍ରେ ହର୍ଷିତ୍ ବିଜେତା
/sambad/media/post_attachments/wp-content/uploads/2017/12/ushu-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)