ରାଜ୍ୟ ବିଦ୍ୟାଳୟ ଓପନ୍‌ ଚେସ୍‌: ଅବିନାଶ ବିଜେତା, କୀର୍ତ୍ତି ଦ୍ବିତୀୟ

ଭୁବନେଶ୍ବର: ପୁରୁଣା ଭୁବନେଶ୍ବରର ଲିଙ୍ଗରାଜ କ୍ଲବ୍‌ ପକ୍ଷରୁ ଆୟୋଜିତ ପଞ୍ଚମ ରାଜ୍ୟ ବିଦ୍ୟାଳୟ ଓପନ୍‌‌ ଚେସ୍ ପ୍ରତିଯୋଗିତା ମଙ୍ଗଳବାର ଅନୁଷ୍ଠିତ‌ ହୋଇଯାଇଛି। ଶୀତଳଷଷ୍ଠୀ ଲେନ୍ କୈଳାସ ସଦନ ପରିସରରେ ୭ ରାଉଣ୍ଡ୍ ବିଶିଷ୍ଟ ଏହି ପ୍ରତିଯୋଗିତାରେ ମଦର୍ସ ପବ୍ଲିକ ସ୍କୁଲ୍‌ର ଅବିନାଶ ଆଚାର୍ଯ୍ୟ ୬.୫ ପଏଣ୍ଟ୍‌ ସହ ବିଜେତା ହୋଇଛନ୍ତି। ସମାନ ୬ ପଏଣ୍ଟ୍‌ ପାଇଥିବା ଡିପିଏସ୍ କଳିଙ୍ଗର କୀର୍ତ୍ତି ଅନୁରାଗ ପ୍ରତିହାରୀ ଏବଂ ସେଣ୍ଟ୍ ଯୋସେଫ ହାଇସ୍କୁଲର ଶାଶ୍ବତ ସୌମ୍ୟବ୍ରତ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଦଖଲ କରିଥିଲେ। ବୈଷ୍ଣବୀ ଘୋଷ, ପ୍ରଭାଂଶୁ ଦାଶ, ଅଭିଜିତ ବିଶ୍ବାଳ, ସୁଜିତ କୁମାର ଦାଶ,‌ ବୈଭବ ଘୋଷ, ଆର୍ଯ୍ୟନ ଆଦେଶ ଛାଟୋଇ, ରୋହିତ ମଲ୍ଲିକ (ପ୍ରତ୍ୟେକ ୫ ପଏଣ୍ଟ), ଅଭିଷେକ ନାୟକ (୪.୫), ଶିଭାଙ୍ଗୀ ଏସ୍‌ ମହାନ୍ତି, ରାଜ ରଣବୀର ଗିରି, ଅମ୍ରିତ ଶତପଥୀ, ସାର୍ଥକ ମହାନ୍ତି (ପ୍ରତ୍ୟେକ ୪ ପଏଣ୍ଟ) ଯଥାକ୍ରମେ ଚତୁର୍ଥରୁ ୧୫ତମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ୭ ବର୍ଷରୁ କମ୍ ବର୍ଗରେ ଆୟୂଷମାନ ସାମନ୍ତରାୟ, ଲଗ୍ନେଶ କୁମାର ସାହୁ, ୯ ବର୍ଷରୁ କମ୍‌ରେ ଅର୍ଣ୍ଣବ ମହାନ୍ତି, ରିଷିତ ଦେବନାଥ, ୧୧ ବର୍ଷରୁ କମ୍‌ରେ ମୋନାଶ୍ରୀତ ରାଉତରାୟ, ଗୌରବ ମହାନ୍ତି, ୧୩ ବର୍ଷରୁ କମ୍‌ରେ ଅଭିଜିତ୍‌ ଚୌଧୁରୀ, ଅଂଶୁମାନ ପତି ଶ୍ରେଷ୍ଠ ଦୁଇ ସ୍ଥାନ ଦଖଲ କରି ପୁରସ୍କୃତ‌ ହୋଇଥିଲେ। ବାଳିକାଙ୍କ ମଧ୍ୟରେ ନମସ୍ୟା ନଳିନୀ, ଦିୟା ଦାସ, ଅକ୍ଷିତା ନାୟକ, ଆଶିକା ମହାପାତ୍ର, ଲକ୍ଷ୍ମୀପ୍ରିୟା ଦାସ ଶୀର୍ଷ ୫ ସ୍ଥାନରେ ରହି ପୁରସ୍କାର ପାଇଥିଲେ। ସନ୍ଧ୍ୟାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲିଙ୍ଗରାଜ କ୍ଲବ୍‌ ସମ୍ପାଦକ ଅଜୟ କୁମାର ଦାଶ, ଭୁବ‌ନେଶ୍ବର ଦୌଡ଼କୁଦ ସଂଘ କାର୍ଯ୍ୟନିର୍ବାହୀ ସଦସ୍ୟ ଗଣେଶ ଚନ୍ଦ୍ର ପାଲ, ପୂର୍ବତନ କର୍ପୋରେଟର୍‌ ପ୍ରମୋଦ ମହାପାତ୍ର ଅତିଥି ଥିଲେ। ମୁଖ୍ୟ ଆର୍ବିଟର ଦେବାଶିଷ ପାଣିଗ୍ରାହୀ ଏହାକୁ ପରିଚାଳନା କରିଥିଲେ। ପୂର୍ବାହ୍ନରେ ଏହି ଦିନିକିଆ ପ୍ରତିଯୋଗିତାକୁ ‘ସମ୍ବାଦ’ର ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସୁରେଶ ସ୍ବାଇଁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମକୁ ସଂଜୀବ ମିଶ୍ର, ସରୋଜ ମିଶ୍ର, ବାବୁ ମିଶ୍ର, ଡକ୍ଟର ଆଦିତ୍ୟ ନାରାୟଣ ପାଲ, ଅକ୍ଷୟ ମହାପାତ୍ର, ଦେବେନ୍ଦ୍ର ଦାସ, ବାବୁଲା ପାତ୍ର, ଜୟନ୍ତ ଦାସ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର