ସମ୍ବଲପୁର: ୬୫ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସନ୍ତରଣ ପ୍ରତିଯୋଗିତା ଡା. ଝସକେତନ ସାହୁ ସନ୍ତରଣାଗାରରେ ଅନୁଷ୍ଠିତ ହୋଇଯାଇଛି। ୧୭ ବର୍ଷରୁ କମ୍‌ ବାଳକ ଓ ବାଳିକ‌ା ବର୍ଗରେ ସମ୍ବଲପୁର ତଥା ୧୪ ବର୍ଷରୁ କମ୍‌ ବାଳକ ଓ ବାଳିକା ବର୍ଗରେ ଭୁବନେଶ୍ବର ଦଳଗତ ବିଜେତା ହୋଇଛନ୍ତି। ବ୍ୟକ୍ତିଗତ ଭାବେ ୧୭ ବର୍ଷରୁ କମ୍‌ ବାଳକ ବର୍ଗରେ ସମ୍ବଲପୁରର ଅମିୟ ପ୍ରଧାନ ଓ ଉପେନ୍ଦ୍ର ପୁଜାରୀ ‌ତଥା ୧୭ ବର୍ଷରୁ କମ୍‌ ବାଳିକା ବର୍ଗରେ ସମ୍ବଲପୁରର ଅର୍ପିତା ସାହୁ ଶ୍ରେଷ୍ଠ ସନ୍ତରଣବିତ ବିବେଚିତ ହୋଇଥିଲେ। ସେହିପରି ୧୪ ବର୍ଷରୁ କମ୍‌ ବାଳକ ବର୍ଗରେ ସମ୍ବଲପୁରର ଅଂଶୁମାନ ମେରିଲି, ପୀୟୂଷ ଠାକୁର, ହିତେଶ ମହାରଣା, ଅମିତ ଶାହ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୧୪ ବର୍ଷରୁ କମ୍‌ ବାଳିକାରେ ଭୁବନେଶ୍ବରର ମନ୍ନତ ମିଶ୍ର, ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ ଏବଂ କଟକର ଭଦ୍ରା ଶତପଥୀ ବ୍ୟକ୍ତିଗତ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ରାଜ୍ୟ ସ୍କୁଲ କ୍ରୀଡ଼ା ସଂଗଠନ ଓ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉଦ୍‌ଘାଟନ କରିଥିଲେ। ଓଡ଼ିଶା ମାଧ୍ୟମିକ ଶିକ୍ଷା‌ ଉପନିର୍ଦ୍ଦେଶକ ସ୍ନେହମୟୀ ସେନାପତି, ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ ଯୋଶୀ, ଡିପିସି କଳ୍ପନା ପଣ୍ଡା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଉପେନ୍ଦ୍ର ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ‌ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶାର ୧୧ଟି ଜିଲ୍ଲାରୁ ୯୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ ଯୋଶୀ ମୁଖ୍ୟ ଅତିଥି, ଜିଲ୍ଲା କ୍ରୀଡ଼ା ଅଧିକାରୀ ଉପେନ୍ଦ୍ର ଶତପଥୀ ଏବଂ ବରିଷ୍ଠ ସନ୍ତରଣ ପ୍ରଶିକ୍ଷକ ସୁରେନ୍ଦ୍ର ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉଭୟ ଅଧିବେଶନରେ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ସୁବୋଧ ଦ‌ାଶ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ସତ୍ୟ ନାରାୟଣ ରାୟଗୁରୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।