ଭୁବନେଶ୍ବର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍ଠାରେ ଓଡ଼ିଶା ରାଜ୍ୟ କରାଟେ ସଂଘ (ଓସ୍କା) ଆନୁକୂଲ୍ୟରେ ଆୟୋଜିତ ୩୬ତମ ରାଜ୍ୟ ବରିଷ୍ଠ ଓ ୨୧ ବର୍ଷରୁ କମ୍ କରାଟେ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ୩୧ ବର୍ଗ ମଧ୍ୟରୁ ୨୨ଟି ସ୍ବର୍ଣ୍ଣ ପଦକ ଜିତି ଭୁବନେଶ୍ବର ଦଳଗତ ବିଜେତା ହୋଇଛି। ବରିଷ୍ଠ ପୁରୁଷ ଦଳଗତ କାଟେ’ରେ କ୍ରିଷ୍ଣା ଶିକାରୀ, ଯୋଗେଶ ବରିହା ଓ ମହେଶ ଦୋରାଙ୍କୁ ନେଇ ଗଠିତ ଭୁବନେଶ୍ବର ଦଳ ସ୍ବର୍ଣ୍ଣ ପଦକ ଜିତିଥିଲା। ପୁରୀକୁ ରୌପ୍ୟ ଓ କଟକକୁ କାଂସ୍ୟ ମିଳିଛି। ବିଭିନ୍ନ ଓଜନ ବର୍ଗରେ ପ୍ରିୟଦର୍ଶିନୀ ଦାସ ୩ଟି, ନ୍ୟାସା କୁମାରୀ, ଜ୍ୟୋତିରଂଜନ ରାଉତ, ତ୍ରିଲୋଚନ ରଣା, ରିତେଶ ମହାନ୍ତି ୨ ଲେଖାଏଁ ଏବଂ ଦୀପଶିଖା ସାମନ୍ତରାୟ, ସୁହାନୀ ପାତ୍ର, ରୋଜାଲିନ ଜେନା, ଶ୍ରୀଜିତା ବରାଳ, ସିନ୍ଧୁ ତନୟା ଖୁଣ୍ଟିଆ, ଲୋମା ସ୍ବାଇଁ, ଅନୁପମା ସ୍ବାଇଁ, ସୋନାଲି ପାଣିଗ୍ରାହୀ, ବି ଶ୍ରୀତମ, ତ୍ରିନାଥ ରଣା, ପ୍ରତ୍ୟୁଷ ମହାପାତ୍ର, ଓମ୍ ଶୁଭମ୍ ମହାନ୍ତି, ଅଭିଜିତ ମିଶ୍ର, ଡି ଭଗବାନ ରେଡ୍ଡୀ, କୃଷ୍ଣଚନ୍ଦ୍ର ନାୟକ, ରାଜେଶ ମହାପାତ୍ର, ସୁମନ ଶେଖର ଦାସ, ରିତେଶ ରାୟ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏଠାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ହାଇଦ୍ରାବାଦରେ ହେବାକୁ ଥିବା ଜାତୀୟ ବରିଷ୍ଠ ଓ ୨୧ ବର୍ଷରୁ କମ୍ କରାଟେ ପ୍ରତିଯୋଗିତା ଲାଗି ଚୟନ କରାଯିବ ବୋଲି ଓସ୍କାର ସମ୍ପାଦକ ଗୌରୀ ମହାନ୍ତି ଜଣାଇଛନ୍ତି।
ଏହି ପ୍ରତିଯୋଗିତାରେ ୧୮ ଜିଲ୍ଲା କରାଟେ ସଂଘରୁ ୧୦୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ରାଜ୍ୟ କରାଟେ ସଂଘର ପ୍ରତିଷ୍ଠାତା ସଦସ୍ୟ ସଞ୍ଜୟ ଦାସ, ସନତ କୁମାର ନାୟକ, ପ୍ରଦୀପ କୁମାର ସରକାର, ପ୍ରକାଶ କୁମାର ପଟ୍ଟନାୟକ, ଆଇନଜୀବୀ କାଳୀପ୍ରସାଦ ନନ୍ଦ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। ପ୍ରତିଯୋଗିତାକୁ ଖାରବେଳ ମଲ୍ଲିକ, ଦୀପକ ସାମନ୍ତରା, ରାଜୀବ କୁମାର ସିଂହ, ସୁରେଶ ଚନ୍ଦ୍ର ଜାଲ୍, ସୁବାଶିଷ ମହାପାତ୍ର, ରାଜେନ୍ଦ୍ର କେଶରୀ ସାମଲ, କେଜିକେ ପ୍ରତିହାରୀ, ଗୋପାଳ ଦାସ, ଦେବବ୍ରତ ସମାଦାର, ଗୋପାଳ ଦୀପ, ଗୋପାଳ ଚନ୍ଦ୍ର କହଁର, ହୃଦୟ ଶବର, ପ୍ରଦୀପ ଦେ, ରୌନକ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ମହାରଣା, ଚନ୍ଦ୍ରଶେଖର ସେଠ୍, ଊମାକାନ୍ତ ବେହେରା ପ୍ରମୁଖ ପରିଚାଳନା କରିଥିଲେ।