ଭୁବନେଶ୍ବର,: ଓଡ଼ିଶା ରାଜ୍ୟ ହ୍ୟାଣ୍ଡ୍ବଲ୍ ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ରବିବାର ପୁରୀ ଝାଡ଼େଶ୍ବରୀ କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବଲାଙ୍ଗୀର, ଭଦ୍ରକ, ଭୁବନେଶ୍ବର, ଦେଓଗଡ଼, ଢେଙ୍କାନାଳ, କେନ୍ଦୁଝର, ନୟାଗଡ଼, ପୁରୀ, ନବରରଙ୍ଗପୁର, ଖୋର୍ଦ୍ଧା, ଜଗତସିଂପହୁର, ଗଞ୍ଜାମ, ଯାଜପୁର, ମୟୂରଭଞ୍ଜ, ରାୟଗଡ଼ା, କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ସଭାପତି ବିପ୍ଳବ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ମାନସ ସିଂହ ଏବଂ କୋଷାଧ୍ୟକ୍ଷ ଶୀତେନ୍ଦ୍ର ନାଥ ଦାସ ଉପସ୍ଥିତ ଥିଲେ। ରାଜ୍ୟର ହ୍ୟାଣ୍ଡ୍ବଲ୍ ଖେଳର ପ୍ରଚାର ପ୍ରସାର ପାଇଁ ସବୁ ଜିଲ୍ଲାରେ କିଭଳି ଏହି ଖେଳ ଖେଳାଯାଇପାରିବ ଆଲୋଚନା ହୋଇଥିଲା। ଏହି ଅବସରରେ ରାଜ୍ୟ ବରିଷ୍ଠ ପୁରୁଷ ହ୍ୟାଣ୍ଡ୍ବଲ୍ ପ୍ରତିଯୋଗିତା ଅଗଷ୍ଟ ୧୨ ଓ ୧୩ ତାରିଖରେ କେନ୍ଦୁଝରଠାରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଉପସଭାପତି ସୁରେଶ ପାଢ଼ୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp