ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣଗାରାଠାରେ ରାଜ୍ୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତା ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ଏହି ଦୁଇଦିନିଆ ପ୍ରତିଯୋଗିତାରେ ୧୨୮ (୯୭ ପୁରୁଷ, ୩୧ ମହିଳା) ଖେଳାଳିଙ୍କ ସହ ୪୦ ବୈଷୟିକ ଅଧିକାରୀ ଭାଗ ନେଇଛନ୍ତି। ପ୍ରଥମ ଦିନରେ ଶ୍ରୀଷ୍ଟି ଉପାଧ୍ୟାୟ (ମହିଳା ୨୦୦ ମିଟର ମେଡ୍‌ଲେ, ବଟରଫ୍ଲାଏ), ପୂର୍ଣ୍ଣିମା ନାୟକ (ମହିଳା ୫୦ ମିଟର ଫ୍ରିଷ୍ଟାଇଲ୍‌, ବ୍ୟାକ୍‌ଷ୍ଟ୍ରୋକ୍‌), ନବୀନ ଶର୍ମା (ପୁରୁଷ ୨୦୦ ମିଟର ମେଡଲେ, ବ୍ୟାକ୍‌ଷ୍ଟ୍ରୋକ୍‌) ଓ ବିକାଶ ହରିପାଲ (ପୁରୁଷ ୨୦୦, ୪୦୦ ମିଟର ଫ୍ରିଷ୍ଟାଇଲ୍‌) ଦୁଇଟି ଲେଖାଏଁ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହିତେଶ ମହରାଣା, ମନ୍ନତା ମିଶ୍ର, ଦୀନେଶ ମୋହନ ମାଝି, ଅଂଶିକା ଆରାଧନା ସାହୁ, ଭଦ୍ରା ଶତପଥୀ, ପ୍ରତ୍ୟାଶା ରାୟ, ସୁମିତ କୁମାର ପଣ୍ଡା ଓ ଶୁବ୍ରାନ୍ତ ପାତ୍ର ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ପଦକ ଜିତିଥିଲେ।