ରାଜ୍ୟ ବନ୍ଧୁକ ଚାଳନା ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ବନ୍ଧୁକ ଚାଳନା ସଂଘ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ ସୁଟିଂ କମ୍ପ୍ଲେକ୍ସରେ ରାଜ୍ୟ ବନ୍ଧୁକ ଚାଳନା ପ୍ରତିଯୋଗିତା ଗୁରୁବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ .୨୨ ରାଇଫଲ୍‌ ଏବଂ ୨୫ ମିଟର ପିସ୍ତଲ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଶୁକ୍ରବାର ମଧ୍ୟ କଳିଙ୍ଗ ଷ୍ଟାଡିୟମ ସୁଟିଂ କମ୍ପ୍ଲେକ୍ସରେ ୫୦ ମିଟର ରାଇଫଲ୍‌ ଏବଂ ୨୫ ମିଟର ରିଭଲବର୍‌ ପ୍ରତିଯୋଗିତା ହେବ। ଏହାପରେ ଶନିବାର ଏବଂ ରବିବାର ଉତ୍କଳ କରାଟେ ସ୍କୁଲରେ ବଳକା ମ୍ୟାଚ୍‌ ଅନୁଷ୍ଠିତ ହେବା ସହ ପ୍ରତିଯୋଗିତା ଉଦ୍‌ଯାପିତ ହେବ। ଏଥିରେ୧୫୦ ଜଣ ପ୍ରତିଯୋଗୀ ଭାଗ ନେଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର