ଭୁବନେଶ୍ବର: ଓଡ଼ିଶା ରାଜ୍ୟ ରାଇଫଲ୍ ସଂଘ ପକ୍ଷରୁ ନବମ ରାଜ୍ୟ ବନ୍ଧୁକଚାଳନା ପ୍ରତିଯୋଗିତା ମଙ୍ଗଳବାର ହୋଇଯାଇଛି। କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ଏହି ୫ ଦିନିଆ ପ୍ରତିଯୋଗିତାର ପୁରୁଷ ବର୍ଗରେ ରାଣା ପ୍ରତାପ ବ୍ରହ୍ମା ଓ ମହିଳା ବର୍ଗରେ ପ୍ରିୟା ପ୍ରତିଶ୍ରୁତି ବେହେରା ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ପ୍ରଥମ ଦୁଇ ଦିନ ନରାଜ ଫାୟାରିଂ ରେଞ୍ଜ୍ରେ ଏବଂ ପରବର୍ତୀ ୩ ଦିନ ଏହା ଭୁବନେଶ୍ବର ଉତ୍କଳ କରାଟେ ସ୍କୁଲଠାରେ ଅନୁଷ୍ଠିତ ହୋଇଥିଲା। ଉଦ୍ଯାପନୀ ଉତ୍ସବରେ ଓଡ଼ିଶା ରାଇଫଲ୍ ସଂଘ ପାଟ୍ରନ୍ ତଥା ଜାତୀୟ ସଂଘ ଉପସଭାପତି କଳିକେଶ ନାରାୟଣ ସିଂହଦେଓ, ବିଧାୟକ ପ୍ରତାପ କେଶରୀ ଦେବ, ରାଜ୍ୟ ସଂଘ ସମ୍ପାଦକ ଡକ୍ଟର ହରିପ୍ରସାଦ ପଟ୍ଟନାୟକ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। ସଂଘର କର୍ମକର୍ତା ଆଶିଷ କୁମାର ନାୟକ, ବଳଭଦ୍ର ଦାସ, ଗୌରୀ ମହାନ୍ତି, ସନ୍ଦୀପ ମହାନ୍ତି, ରୋମିଓ ନନ୍ଦ, ଅବିନାଶ ପୁନ୍ଦିର, ହିମାଂଶୁ ଦାସ, ରାକେଶ ମହାନ୍ତି, ସନ୍ଦୀପ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ବର୍ଗରେ ଶିବ ଶଙ୍କର କୋରା, ଅନ୍ବେଷା ଦାସ, ସିଦ୍ଧାର୍ଥ ମହାପାତ୍ର, ପ୍ରିୟା ପ୍ରତିଶ୍ରୁତି ବେହେରା, ଜ୍ୟୋତିରଂଜନ ପ୍ରଧାନ, ସ୍ଥିତପ୍ରଜ୍ଞ ରାୟ, ପ୍ରମୋଦ ଚନ୍ଦ୍ର ସାହୁ, କର୍ମଣ୍ୟ ପ୍ରତାପ ଦେବ, ସାଇନା ସାହୁ, ଆଶିଷ ନାୟକ, ଅନିର୍ବେଦ ପଟ୍ଟନାୟକ, ପରେଶ କୁମାର ଷଡ଼ଙ୍ଗୀ, ଗୁରୁପଦ ମହାନ୍ତି, ପୀୟୂଷ କୁମାର ଷଡ଼ଙ୍ଗୀ, ରାଣା ପ୍ରତାପ କୁମାର ବ୍ରହ୍ମା, ପୀତବାସ ବେହେରା, ବିନିତା ପଟ୍ଟନାୟକ, ଗୌରୀ ମହାନ୍ତି, ଅଭିପ୍ସା ପାତ୍ର, ଶ୍ରେୟାଂଶ ଦିବ୍ୟଦର୍ଶିନୀ ମିଶ୍ର, ଆୟୂଷ୍ମାନ ନାଏକ, ରାଧାନାଥ ମହାପାତ୍ର ପ୍ରଥମ ସ୍ଥାନରେ ରହି ବିଜେତା ହୋଇଥିଲେ।
ରାଜ୍ୟ ବନ୍ଧୁକଚାଳନା, ପ୍ରତାପ ଓ ପ୍ରିୟା ଶ୍ରେଷ୍ଠ
/sambad/media/post_attachments/wp-content/uploads/2021/01/fsh4sfh984fs94hf5s64fs564f5s6hfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)