ରାଜ୍ୟ ବଂଧୁକଚାଳନା ଉଦ୍‌ଯାପିତ

ଭୁବନେଶ୍ୱର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ ପରିସରରେ ଅଷ୍ଟମ ରାଜ୍ୟ ବଂଧୁକଚାଳନା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ଓଡ଼ିଶା ରାଇଫଲ୍‌ ସଂଘ ସମ୍ପାଦକ ଡକ୍ଟର ହରି ପ୍ରସାଦ ପଟ୍ଟନାୟକ, ତାଳଚେର ରାଇଫଲ୍‌ କ୍ଲବ୍‌ ଯୁଗ୍ମ ସମ୍ପାଦକ ଶରତ ଚନ୍ଦ୍ର ଦେବ, ଓଡ଼ିଶା ରାଇଫଲ୍‌ ସଂଘ ଯୁଗ୍ମ ସମ୍ପାଦକ ବଳଭଦ୍ର ଦାସ, ସହ ସମ୍ପାଦକ ଗୌରୀ ମହାନ୍ତି, ଆଇଏସ୍‌ଏସ୍‌ଏଫ୍‌ ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷକ ଆଶିଷ ନାୟକ ଅତିଥିଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ପ୍ରତିଯୋଗିତାକୁ ହିମାଂଶୁ ଦାସ, ମୀର ଅଜମତ ଅଲୀ, ଅଭିନାଶ ପୁନ୍ଦିର, ଅନୁପମା ସ୍ୱାଇଁ, ସୂର୍ଯ୍ୟକାନ୍ତ ପରିଡ଼ା, ବିନୟ ଆଚାର୍ଯ୍ୟ, ହିମାଂଶୁ ଶେଖର, ସନ୍ଦୀପ ଦାଶ, ଉତ୍ତମ ଜେନା, ଶୁଭମ ମଣ୍ଡଳ ପରିଚାଳନା କରିଥିଲେ। ବିଭିନ୍ନ ବର୍ଗରେ ଆୟୂଷ୍ମାନ ନାଏକ, କାଶିକା ପ୍ରଧାନ, ଆଶିଷ ନାୟକ, ସିରୋଜିନୀ ନାୟକ, ଜ୍ୟୋତିରଂଜନ ପ୍ରଧାନ, ସ୍ମୃତି ପାତ୍ରୋ, ପିଲା ରମେଶ, ହର୍ଷିନ କଉର୍‌, ସ୍ମରଣ ଶଙ୍କର ମିଶ୍ର, ରେଣୁ ଚୌଧୁରୀ ବିଜେତା ହୋଇଥିଲେ।

ସମ୍ବନ୍ଧିତ ଖବର