ରାଜ୍ୟ ସ୍ନକର: କୁନାଲ, ସତ୍ୟଦୀପଙ୍କ ବିଦାୟ

କଟକ: କଟକ କ୍ଲବ୍‌ଠାରେ ଶନିବାରଠୁ ରାଜ୍ୟ ବରିଷ୍ଠ ସ୍ନକର ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନ ପୂର୍ବତନ ଜାତୀୟ ଉପବିଜେତା କୁନାଲ ଅଗ୍ରଓ୍ଵାଲ୍‌ ଓ ପୂର୍ବତନ ରାଜ୍ୟ ଉପବିଜେତା ସତ୍ୟଦୀପ ଦାସ ନିଜ ନିଜ ମ୍ୟାଚ୍‌ ହାରି ବିଦାୟ ନେଇଛନ୍ତି। ମିଶାଲ ସ୍ୱାଇଁ ୩-୨ରେ କୁନାଲଙ୍କୁ ହରାଇଥିଲେ। ପ୍ରଥମ ସେଟ୍‌ ମିଶାଲ ୭୦-୫୦ରେ ଜିତିଥିଲା ବେଳେ ପରବର୍ତ୍ତୀ ଦୁଇଟି ସେଟ୍‌ରେ କୁନାଲ୍‌ ୨୮-୭୮ ଓ ୩୧-୭୧ରେ ଅଗ୍ରଣୀ ପାଇଥିଲେ। ହେଲେ ଏହାପରେ ମିଶାଲ ୫୩-୫୧ରେ ମ୍ୟାଚ୍‌ ଜିତି ସ୍ଥିତି ସମାନ କରିଦେଇଥିଲେ। ନିର୍ଣ୍ଣାୟକ ସେଟ୍‌କୁ ମିଶାଲ ୫୨-୪୨ରେ ଜିତିଯାଇଥିଲେ। ସେହିପରି ଅନ୍ୟଏକ ମ୍ୟାଚରେ ଚନ୍ଦ୍ରପ୍ରକାଶ ମହାନ୍ତି ୩-୨ରେ ପ୍ରତିଯୋଗିତାର ଷଷ୍ଠ ମାନ୍ୟତା ସତ୍ୟଦୀପ ଦାସଙ୍କୁ ହରାଇଛନ୍ତି। ଏଥିରେ ମଧ୍ୟ ସମାନ ଭାବେ ମ୍ୟାଚ୍‌ ଆଗେଇଥିଲା (୫୫-୪୨, ୧୮-୫୬, ୫୭-୫୫, ୯-୫୪) ବେଳେ ନିର୍ଣ୍ଣାୟକ ସେଟ୍‌ରେ ଚନ୍ଦ୍ରପ୍ରକାଶ ୪୩-୩୮ରେ ମ୍ୟାଚ୍‌ ନିଜ ନାମରେ କରିପାରିଥିଲେ। ଅନ୍ୟ ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ଅମୀୟ ରଂଜନ ନାୟକ ୩-୦ରେ ରୋହିତ ଶର୍ମାଙ୍କୁ, ଆକ୍ରମ ଖାନ୍‌ ୩-୦ରେ ପଦ୍ମାସନ ନାୟକଙ୍କୁ, ଭବାନୀ ମିଶ୍ର ୩-୨ରେ ଜେପି ବିଶ୍ୱାଳଙ୍କୁ, ସରୋଜ ଦାସ ୩-୧ରେ ହନି ଗୁରୁଙ୍କୁ, ସିଦ୍ଧାର୍ଥ ସେନ୍‌ ୩-୦ରେ ରଂଜିତ ପତିଙ୍କୁ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର