ରାଜ୍ୟ ସ୍ନୁକର: ଆଜିଠୁ କ୍ବାର୍ଟର ଫାଇନାଲ୍‌

କଟକ: କଟକ କ୍ଲବ୍‌ରେ ଚାଲିଥିବା ରାଜ୍ୟ ସ୍ନୁକର ପ୍ରତିଯୋଗିତାରେ ମଙ୍ଗଳବାରଠୁ କ୍ବାର୍ଟର ଫାଇନାଲ୍‌ ପର୍ଯ୍ୟାୟ ଆରମ୍ଭ ହେବ। ମଙ୍ଗଳବାର ପ୍ରଥମ କ୍ବାର୍ଟର ମୁକାବିଲାରେ ଜାକିର ଖାନ୍‌ ଓ ସୁବ୍ରତ ଦାସଙ୍କ ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହେବ। ଅବିନାଶ ମହାପାତ୍ର ଓ ସିଦ୍ଧାର୍ଥ ସେନ୍‌ ଦ୍ବିତୀୟ ମ୍ୟାଚରେ ପରସ୍ପରକୁ ଭେଟିବେ। ସେହିପରି ବୁଧବାର ଜିତେନ୍‌ ଷଡ଼ଙ୍ଗୀ ଓ ଆକାଶ ମହାପାତ୍ରଙ୍କ ମଧ୍ୟରେ ତୃତୀୟ ମ୍ୟାଚ ଏବ˚ ରୁମିତ ଗୁପ୍ତା ଓ ରାକେଶ ରୋଶନ ପ୍ରଧାନଙ୍କ ମଧ୍ୟରେ ଚତୁର୍ଥ ମ୍ୟାଚ ଅନୁଷ୍ଠିତ ହେବ। ସୋମବାର ଶେଷ ହୋଇଥିବା ପ୍ରି-କ୍ବାର୍ଟରରେ ସିଦ୍ଧାର୍ଥ ସେନ୍‌ ୩-୨ରେ ଅଶ୍ବିନୀ ପଟ୍ଟନାୟକଙ୍କୁ, ଅବିନାଶ ମହାପାତ୍ର ୩-୦ରେ ସନ୍ଦୀପନି ମିଶ୍ରଙ୍କୁ, ରାକେଶ ରୋଶନ ପ୍ରଧାନ ୩-୨ରେ ଅନୂଜ ପଣ୍ତାଙ୍କୁ, ସୁବ୍ରତ ଦାସ ୩-୨ରେ କୁନାଲ ଅଗ୍ରଵାଲଙ୍କୁ ହରାଇଥିଲେ।

ସମ୍ବନ୍ଧିତ ଖବର