ରାଜ୍ୟ ସଫ୍‌ଟବଲ୍‌: କିଟ୍‌ ବାଳିକା, ଭୁବନେଶ୍ବର ବାଳକ ବିଜେତା

ଢେଙ୍କାନାଳ: ଓଡ଼ିଶା ଅଲିମ୍ପିକ୍‌ ସଂଘ ଏବ˚ କ୍ରୀଡ଼ା ପରିଷଦ ସହଯୋଗରେ ଢେଙ୍କାନାଳ ଜିଲ୍ଲା ସଫ୍ଟବଲ୍‌ ସ˚ଘ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସଫ୍ଟବଲ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଏଥି‌ରେ କିଟ୍‌ ବାଳିକା ଓ ଭୁବନେଶ୍ବର ବାଳକ ବିଜେତା ହୋଇଛନ୍ତି। ବାଳିକା ଫାଇନାଲ୍‌ରେ କିଟ୍‌ ୧୦-୧ ପଏଣ୍ଟ୍‌ରେ ସୁନ୍ଦରଗଡ଼କୁ ଏବଂ ବାଳକ ଫାଇନାଲ୍‌ରେ ଭୁବନେଶ୍ବର ୯-୩ରେ କିଟ୍‌କୁ ପରାସ୍ତ କରିଥିଲା। ଉଦ୍‌ଯାପନୀ ସଭାରେ ହିନ୍ଦୋଳ ଉପଜିଲ୍ଲାପାଳ ଭବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର