ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ, ତୁରନ୍ତ ଶିକ୍ଷାଦାନ ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଲେ କ୍ରୀଡ଼ା ମନ୍ତ୍ରୀ

ଭୁବନେଶ୍ୱର: ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥବା ଅଭିଯୋଗ କରି ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କରିଥବା ଆନ୍ଦୋଳନ ପ୍ରତ୍ୟାହୃତ ମଙ୍ଗଳବାର ହୋଇଛିା ସରକାର ଛାତ୍ରଛାତ୍ରୀଙ୍କ ସମସ୍ୟା ସଂପର୍କରେ ଅବଗତ ଅଛନ୍ତି ଏବଂ ଖୁବ୍‌ ଶୀଘ୍ର ମଧ୍ୟରେ ଛାତ୍ରଛାତ୍ରୀଙ୍କ ସମସ୍ତ ଅଭିଯୋଗର ସମାଧାନ କରାଯିବ ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ କୁହାଯିବା ପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥଲୋ

ଛାତ୍ରଛାତ୍ରୀମାନେ ସେମାନଙ୍କ ସମସ୍ୟା ନେଇ ବିଭାଗ ଆଗରେ ଧାରଣା ଦେଇଥବା ଜାଣିବା ପରେ ଇଲେକ୍ଟ୍ରୋନିକସ୍‌, ସୂଚନା ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କ୍ରୀଡ଼ା ନିର୍ଦ୍ଦେଶକଙ୍କ ସହ ଏ ସଂପର୍କରେ ବିଶଦ ଭାବେ ଆଲୋଚନା କରିଥଲେ ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥଲୋ

ପୂର୍ବରୁ ସେପେଫମ୍ବର ୨୦ରେ ମନ୍ତ୍ରୀ ଶ୍ରୀ ବେହେରା ଛାତ୍ରଛାତ୍ରୀଙ୍କ ଏହି ସମସ୍ୟା ସଂପର୍କରେ ସୂଚନା ପାଇ କଳିଙ୍ଗ ଷ୍ଟାଡିୟମରେ ଥବା ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ବେହେରାଙ୍କ ସହ ବିଶଦ ଆଲୋଚନା କରିଥଲୋ କଳିଙ୍ଗ ଷ୍ଟାଡିୟମରେ ହାଇ ପରଫର୍ମାନ୍‌ସ ସେଣ୍ଟର ପାଇଁ ଶାରୀରିକ ଶିକ୍ଷା ମହାବିଦ୍ୟାଳୟକୁ ସାମୟିକ ଭାବେ ଆପେକ୍ସ କଲେଜରେ ଶିକ୍ଷାଦାନ ପାଇଁ ନିଷ୍ପତ୍ତି ନିଆଯାଇଥଲାା ତେବେ ସଂପୃକ୍ତ କଲେଜ ସହ ଚୁକ୍ତିନାମା ହୋଇ ନଥବାରୁ ସେଠାରେ ଶିକ୍ଷାଦାନ ଆରମ୍ଭ ହୋଇପାରି ନାହିାଁ ଏଥ ସହିତ କଲେଜର ନୂଆ ବିଲଡିଂ ପାଇଁ ତମାଣ୍ଡୋ ମଉଜାରେ ଜମି ଚିହ୍ନଟ ହୋଇସାରିଛି ବୋଲି କଲେଜ ଅଧ୍ୟକ୍ଷା ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ସୂଚନା ଦେଇଥଲୋ

କଲେଜର ନୂଆ ବିଲଡିଂ କାର୍ଯ୍ୟ ପ୍ରକ୍ରିୟା ସହ ଛାତ୍ରଛାତ୍ରୀଙ୍କ ପାଠପା ତୁରନ୍ତ ଆରମ୍ଭ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧକାରୀଙ୍କୁ ଦାୟିତ୍ୱ ଦେଇଛନ୍ତିା ଏଥ ସହ ସ୍ଥାୟୀ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରି ତୁରନ୍ତ ଶିକ୍ଷାଦାନ ଆରମ୍ଭ କରିବା ସହ କୌଣସି ପରିସ୍ଥିତିରେ ଯେପରି ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବ୍ୟାହତ ନହୁଏ ସେଥପ୍ରତି ଦୃଷ୍ଟି ଦେବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା କଲେଜ୍‌ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା

ସମ୍ବନ୍ଧିତ ଖବର